ଜିଲା ଆରକ୍ଷୀ ଅଧିକ୍ଷକ, ରେଞ୍ଜ ଆଇଜି ଓ ଡିଆଇଜିଙ୍କ ସହ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

ଭୁବନେଶ୍ବର: ଆଜି ଅପରାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି। ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲାର ରେଳବାଇ ଆରକ୍ଷୀ ଅଧିକ୍ଷକ, ଡିସିପି ଭୁବନେଶ୍ୱର ଓ ଡିସିପି କଟକଙ୍କ ସମେତ ସମସ୍ତ ରେଞ୍ଜର ଆଇଜି ଓ ଡିଆଇଜି, ପୁଲିସ କମିସନର କଟକ-ଭୁବନେଶ୍ୱର ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ। ଏହାସହିତ ଭୁବନେଶ୍ୱରରୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଗୁଇନ୍ଦା ବିଭାଗ ଡିଆଇଜି ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଛନ୍ତି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି), ନିର୍ଦ୍ଦେଶକ ଏସସିଆରବି, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ), ଆଇଜିପି (ହେଡକ୍ୱାର୍ଟସ), ଆଇଜିପି (ପର୍ସୋନେଲ), ଆଇଜିପି (କେନ୍ଦ୍ରାଞ୍ଚଳ), ଆଇଜିପି (କ୍ରାଇମବ୍ରାଞ୍ଚ), ଆଇଜିପି (ଏଚଆରପିସି), ଡିଆଇଜିପି (ଏସଟିଏଫ), ଏଆଇଜିପି (ହେଡକ୍ୱାର୍ଟସ)ପ୍ରମୁଖ ପୁଲିସ ମୁଖ୍ୟାଳୟରୁ ବୈଠକରେ ଉପସ୍ଥିତ ଥିଲେ।

 

ଏହି ବୈଠକରେ ନିମ୍ନଲିଖିତ ପ୍ରସଙ୍ଗ ଗୁଡିକର ସମୀକ୍ଷା କରାଯାଇଛି।
(୧)ଆଇନ ଏବଂ ଶୃଙ୍ଖଳା
(୨)ଇଆରଏସଏସ: ଡାଏଲ ୧୧୨
(୩) ମୋ ସରକାର
(୪) ଜନ ଶୁଣାଣି
(୫) ଅପରାଧ ସମ୍ବନ୍ଧୀୟ:-
(କ) ଗୁରୁତ୍ୱପୂର୍ଣ୍ଣ ଏସ୍‌.ଆର୍‌ ମାମଲା ଗୁଡିକର ସଠିକ ତଦନ୍ତ
(ଖ) ବିଚାରଧିନ ମାମଲା ଗୁଡିକର ତଦନ୍ତ, ପୁରୁଣା ମାମଲାଗୁଡିକର ସମାପ୍ତ ନିମନ୍ତେ ସ୍ୱତନ୍ତ୍ର ଡ୍ରାଇଭ
(ଗ) ଜବତ ଗାଡିଗୁଡିକର ଉପଯୁକ୍ତ ବିନିଯୋଗ
(ଘ) ମାଲଖାନାଗୁଡିକର କମ୍ପ୍ୟୁଟରୀକରଣ
(ଙ) ଦଣ୍ଡବିଧାନ ହାର ବୃଦ୍ଧି ନିମନ୍ତେ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ପଦକ୍ଷେପ
(୬) ନିଶାଦ୍ରବ୍ୟ ବିରୋଧରେ ପଦକ୍ଷେପ:-
(କ) ବ୍ରାଉନ ସୁଗାର ଏବଂ ଗଞ୍ଜେଇ ଜବତ
(ଖ) ଏନଡିପିଏସ ମାମଲାରେ ଜବତ ହୋଇଥିବା ଡ୍ରଗ୍‌ସ ଏବଂ ଗାଡିଗୁଡିକର ବିନିଯୋଗ ନିମନ୍ତେ ପ୍ରାକ୍‌ ବିଚାର ପ୍ରକ୍ରିୟା
(୭) ଏନ୍‌ବିଡବ୍ଲ୍ୟୁ କାର୍ୟ୍ୟକାରୀ

Comments are closed.