ପିପିଲିରେ ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ଡିଜିପି, ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ସହ ମୁତୟନ ହେବେ ୨୯ ପ୍ଲାଟୁନ୍‌ ଓଏସଏପି

ପୁରୀ: ଆସନ୍ତା ୧୭ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ। ଏହା ପୂର୍ବରୁ ସୋମବାର ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅଭୟ। ପିପିଲି ଉପନିର୍ବାଚନରେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ୨୯ ପ୍ଲାଟୁନ୍‌ ଓଏସଏପି ମୁତୟନ ରହିବେ। ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳୀକୁ ଏକାଧିକ ଜୋନ୍‌ରେ ବିଭକ୍ତ କରାଯାଇଛି । ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଡିଜିପି ଅଭୟ।

ପ୍ରତ୍ୟେକ ଜୋନରେ ଦୁଇ ଜଣ ଅତିରିକ୍ତ ଏଏସପି, ୩ଜଣ ଲେଖାଏଁ ଡିଏସପି ସୁରକ୍ଷା ଦାୟିତ୍ୱର ତଦାରଖ କରିବେ। ୮୦ଟି ସମ୍ବେଦନଶୀଳ ବୁଥରେ ବିଏସଏଫ ଯବାନ ମୁତୟନ ହେବେ। ପିପିଲିରେ ଆଜିର ଏହି ସମୀକ୍ଷା ବେଳେ ଡିଜିପିଙ୍କ ସହ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ଓ ଗୁଇନ୍ଦା ନିର୍ଦ୍ଦେଶକ ରାଧାକ୍ରିଷ୍ଣ ଶର୍ମା, ଡିଆଇଜି ଜୟ ନାରାୟଣ ପଙ୍କଜ, ପୁରୀ ଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.