ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଉପ ରାଷ୍ଟ୍ରପତି ଏମ୍‌.ଭେଙ୍କିଆ ନାଇଡୁ, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦେଶକ

ନିୟୋଜିତ ହେବେ ୩୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଏବଂ ୨୦ ଜଣ ବରିଷ୍ଠ ପୁଲିସ୍ ଅଧିକାରୀ

ଭୁବନେଶ୍ବର: ଆସନ୍ତା ଏପ୍ରେଲ୍ ୨ ଓ ୩ ତାରିଖରେ ଭାରତ ଉପ-ରାଷ୍ଟ୍ରପତି ଏମ୍‌.ଭେଙ୍କିଆ ନାଇଡୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। କଟକସ୍ଥିତ ଶାରଳା ଭବନ ଓ ଉତ୍କଳ ବିଶ୍ବବିଦ୍ୟାଳୟଠାରେ ଅନୁଷ୍ଠିତହେବାକୁ ଥିବା କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉପ-ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆରକ୍ଷୀ ମହାନିର୍ଦେଶକ ଅଭୟ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରୁ ଭିଡିଓ କନ୍ଫରେନ୍ସ ଜରିଆରେ ପୁଲିସ୍‌ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନାକରିଛନ୍ତି।

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତି ଓ ଆୟୋଜନ ସଂକ୍ରାନ୍ତରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏହାସହ ଭୁବନେଶ୍ୱର ବିମାନବନ୍ଦର ଏବଂ ରାଜଭବନର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ମଧ୍ୟ ଡିଜିପି ସମୀକ୍ଷା କରିଥିଲେ।
ରାଷ୍ଟ୍ରପତିଙ୍କ ପ୍ରତିଟିସ୍ଥାନକୁ ଗସ୍ତ କାର୍ଯ୍ୟକ୍ରମ ସମୟରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ସଠିକ୍‌ ଭାବେ ଅନୁପାଳନ କରାଯିବ ଏବଂ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ଅଭୟ ପୁଲିସ୍ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଉପ-ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ୩୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଏବଂ ୨୦ ଜଣ ବରିଷ୍ଠ ପୁଲିସ୍ ଅଧିକାରୀ ନିୟୋଜତ କରାଯିବ। ଉକ୍ତ ଭିଡିଓ କନ୍‌ଫରେନ୍ସ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ(ଆଇନ୍ଏ ବଂ ଶୃଙ୍ଖଳା), ନିର୍ଦେଶକଇଣ୍ଟେଲିଜେନ୍ସ, ପୁଲିସ କମିଶନର କଟକ-ଭୁବନେଶ୍ୱର, ଯୁଗ୍ମ ନିର୍ଦେଶକ ଇଣ୍ଟେଲିଜେନ୍ସ ବ୍ୟୁରୋ, ଡିସିପି ଭୁବନେଶ୍ୱର ଓ କଟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.