ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା : କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ଅଭୟ

ତଦନ୍ତ ପାଇଁ ସୁନ୍ଦରଗଡ଼ ଗସ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ୍

ରାଉରକେଲା : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଓଡ଼ିଶା ପୁଲିସ ମହାନିର୍ଦେଶକ ଅଭୟ । ତଦନ୍ତ ପାଇଁ  କ୍ରାଇମବ୍ରାଞ୍ଚ ଟିମ୍ ସୁନ୍ଦରଗଡ଼ ଗସ୍ତ କରିଛି । ଏନେଇପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।  ପୂର୍ବରୁ ଏହି ଘଟଣାରେ ପୁଲିସ  ମହାନିର୍ଦେଶକ ଅଭୟ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ମାଝିଙ୍କୁ ନିଲମ୍ବିତ କରିଥିଲେ।


ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ଏହି ଘଟଣାରେ ପୁଲିସ କାହାକୁ ଗିରଫ କରିନଥିବା ବେଳେ ଖୋଦ୍ ମୁଖ୍ୟ ଅଭିଯୁକ୍ତ ବୀରମିତ୍ରପୁର ଥାନା ଆଇଆଇସି ଫେରାର ଥିବା ଜଣାପଡିଛି। ଅନ୍ୟପଟେ ଗତ ୨୭ ତାରିଖରେ ଏହି ଘଟଣାକୁ ନେଇ ମାଜିଷ୍ଟ୍ରେଟଙ୍କ ଚାମ୍ବରରେ ନାବାଳିକାର ୧୬୪ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ଗତକାଲି ନାବାଳିକାକୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯାଇଥିଲା ।

 

Comments are closed.