ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ପୁଲିସ ମହାନିର୍ଦ୍ଦେଶକଙ୍କ ସମୀକ୍ଷା: ସାଇବର ଅପରାଧ ରୋକିବା ପାଇଁ ସାମର୍ଥ ବୃଦ୍ଧି; ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ବଳର ସଠିକ ବ୍ୟବହାର ଓ ମୃତୟନ

ଭୁବନେଶ୍ବର: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ରେଂଜ ଆଇଜି, ଡିଆଇଜି ଓ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ।
ରାଜ୍ୟରେ କରୋନା ସ୍ଥିତି ଏବଂ କୋଭିଡ୍ ଅଧିନିୟମ ଅନୁପାଳନ, ପୋଲିସ କର୍ମଚାରୀଙ୍କ କଲ୍ୟାଣ କାର୍ୟ୍ୟକ୍ରମ ସହିତ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ଏବଂ ମୃତ୍ୟୁ ପରେ ଅବଶିଷ୍ଟ ଚାକିରି ସମୟର ପୂର୍ଣ୍ଣ ଦରମା ପ୍ରଦାନ, ରାଜ୍ୟରେ ଗଂଜା ଚାଷ ଏବଂ ଏହାର ଚୋରା ଚାଲାଣ ରୋକିବାକୁ ପଦକ୍ଷେପ, କନେଷ୍ଟବଳଙ୍କ ପଦୋନ୍ନତି, ସାଇବର ଅପରାଧ ରୋକିବା ପାଇଁ ସାମର୍ଥ ବୃଦ୍ଧି, ଅସ୍ଥାୟୀ ପୋଲିସ ବିଟ୍ ହାଉସ ଓ ଫାଣ୍ତିର କାର୍ଯ୍ୟ ସମୀକ୍ଷା, ଉଚ୍ଚନ୍ୟାୟାଳୟଙ୍କ ମାମଲାରେ ଜିଲ୍ଲା ପୋଲିସ ପକ୍ଷରୁ ତ୍ୱରୀତ ପଦକ୍ଷେପ ଗ୍ରହଣ, ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ବଳର ସଠିକ ବ୍ୟବହାର ଓ ମୃତୟନ, ପୋଲିସ ମେଡାଲ ପାଇଁ ମନୋନୟନ ଦାଖଲ, ଜାତୀୟ ମାନବାଧିକାର ଆୟୋଗଙ୍କ ପାଖରେ ବିଚାରଧିନ ମାମଲା ଗୁଡିକୁ ତ୍ୱରାନ୍ୱୀତ କରିବା ପ୍ରଭୃତି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।


ସେହିପରି ଆଜି ଅପରାହ୍ନରେ ଭିଡିଓ କନ୍‌ଫେରେନ୍ସିଂରଦ୍ୱିତୀୟ ପର୍ଯ୍ୟାୟରେ ପୁଲିସ ମହାନିର୍ଦ୍ଦେଶକ କମିଶନର ପୋଲିସ ଭୁବନେଶ୍ୱର-କଟକ ଓ କମିଶନରେଟ ପୁଲିସର ଭୁବନେଶ୍ବର ଡିସିପି ଏବଂ କଟକ ଡିସିପିଙ୍କ ସହ ସେହି ସମାନ ପ୍ରସଙ୍ଗ ଗୁଡିକର ସମୀକ୍ଷା କରିଥିଲେ।
ଏହି ସମୀକ୍ଷା ବୌଠକରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ହେଡ୍ କ୍ୱାଟର୍ସ), ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (କ୍ରାଇମ), ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଗୁଇନ୍ଦା ସଂସ୍ଥା), ଆଇ.ଜି (ଆଧୁନିକିକରଣ) ଓଆଇ.ଜି (ଏସ୍.ସି.ଆର୍.ବି) ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.