ମାଓ ପ୍ରବଣ ବୁଥରେ ପଞ୍ଚାୟତ ନିର୍ବାଚନ ; ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି 

ଫୁଲବାଣୀ :  ପୁଲିସ ଡିଜି ସୁନୀଲ ବଂଶଲ ଶୁକ୍ରବାର ମାଲକାନଗିରି ଓ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ପଞ୍ଚାୟତ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଶ୍ରୀ ବଂଶଲ ହେଲିକପ୍ଟର ଯୋଗେ ଫୁଲବାଣୀ ରିଜର୍ଭ ପଡିଆରେ ପହଞ୍ଚି ଏସପିଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା  ଓ ମାଓ ପ୍ରବଣ ବୁଥ ଗୁଡିକରେ କିପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ତାହାର ସମୀକ୍ଷା କରିଥିଲେ। ଅବାଧ ନିରପେକ୍ଷ ଓ ମୁକ୍ତ ନିର୍ବାଚନ ପାଇଁ ସେ ସମସ୍ତଙ୍କୁ ଅନୁରାଧ କରିଥିଲେ ଓ ମାଓବାଦୀ ଅଧ୍ୟୁଷିତ ଅଂଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।

ସମୀକ୍ଷା ବୈଠକରେ ଏସଏପିର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ମନୋଜ ଛାବ୍ରା, ଗୋଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇ.ଜି ଅପରେସନ ଅମିତାଭ ଠାକୁର, ଏସଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ ସିଂହ, ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି ରାଜେଶ ପଣ୍ଡିତ, ଜିଲ୍ଲାପାଳ ବିଶାଲ ସିଂହ, ଏସପି ନିତେଶ ୱାଧୱାନୀ ଓ ବରିଷ୍ଠ ବିଏସଏଫ ଆଇଜି ବୁଧକୋଟି , ଦକ୍ଷିଣାଞ୍ଚଳ ଆଇଜି  ସତ୍ୟବ୍ରତ ଭୋଇ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଏସପି ମାନେଯୋଗ ଦେଇଥିଲେ।

Comments are closed.