‘ଦାଦା ବଟିକୁ ନା’ ଟ୍ବିନ୍ ସିଟି ବାସିନ୍ଦାଙ୍କ ପାଇଁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର

ଭୁବନେଶ୍ବର : ଦାଦା ବଟିକୁ ବିରୋଧ କରି ଓଡିଶା ପୁଲିସ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି । ଦାଦା ବଟି ବିରୋଧରେ ପୁଲିସ ଆରମ୍ଭ କରିଥିବା  ‘ଦାଦା ବଟିକୁ ନା’ ଅଭିଯାନକୁ ଆଉ ପାଦେ ଆଗେଇ ନେବା ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଆଜି ଓଡିଶା ପୁଲିସ ମହାନିର୍ଦେଶକ ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ଦାଦାବଟି ବିରୋଧରେ ଅଭିଯାନ ପାଇଁ ଏହି ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି । ବିଶେଷ କରି ଟ୍ବିନ୍‌ ସିଟି ବାସିନ୍ଦାଙ୍କ ପାଇଁ ଏହି ନମ୍ବର ଜାରି କରାଯାଇଛି। ଜାରି କରାଯାଇଥିବା ନମ୍ବର ହେଉଛି-୯୯୩୮୯୧୦୦୦୦ । ଏହି ନମ୍ବରରେ କଲ୍ କରି ଦାଦା ବଟି ବିରୋଧରେ ଅଭିଯୋଗ କରିପାରିବେ ବୋଲି ଓଡିଶା ପୁଲିସ ମହାନିର୍ଦେଶକ ଅଭୟ କହିଛନ୍ତି।

ଏଥି ସହିତ ପୁଲିସ ମହାନିର୍ଦେଶକ ଅଭୟ କହିଛନ୍ତି ଯେ ଲୋକମାନେ ଦାଦାବଟି ବିରୋଧରେ ଅଭିଯାନ ପାଇଁ ଜାରି କରାଯାଇଥିବା ଏହି ହେଲ୍ପ ଲାଇନ୍ ନମ୍ବରରେ କଲ୍‌ କରି ଅଭିଯୋଗ କଲେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କେବଳ କଲ୍‌ ନୁହେଁ  ଏସଏମଏସ, ଟେଲିଗ୍ରାମ, ହ୍ବାଟସଆପ୍, ମେସେଜ ଜରିଆରେ ଲୋକମାନେ ମଧ୍ୟ ଅଭିଯୋଗ କରିପାରିବେ । ଏଥି ସହିତ ଯଦି ଅଭିଯୋଗକାରୀ ଚାହିଁବେ ତେବେ ତାଙ୍କ ନାମକୁ ମଧ୍ୟ ଗୁପ୍ତ ରଖାଯିବ ବୋଲି ଡିଜିପି ଅଭୟ କହିଛନ୍ତି।

Comments are closed.