ସୁରତ ଯାଉଥିବା ବସ୍‌ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ଵର : ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ବସ୍‌ ଛତିଶଗଡ଼ ରାଇପୁରର ଚେରିଖେଡି ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

ଏନେଇ ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏନେଇ ଛତିଶଗଡ଼ ପୁଲିସ ସହ ସମ୍ପର୍କରେ ଅଛୁ। ଏହାସହ ପଦ୍ମପୁର ଏସଡ଼ିପିଓଙ୍କ ନେତୃତ୍ଵରେ ଗୋଟିଏ ଟିମ୍ ରାୟପୁର ଯାଇଛି ଏବଂ ଗୁରୁତରଙ୍କୁ ରାୟପୁର ମେଡିକାଲ ନିଆଯାଇଥିବା ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି।

ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏକ ବସ୍‌ ଛତିଶଗଡ଼ ରାଜଧାନୀ ରାୟପୁର ଉପକଣ୍ଠ ଚେରିଖେଡି ନିକଟରେ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଆଜି ଭୋର ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।

Comments are closed.