ବିଧାନସଭା ସୁରକ୍ଷା ଯାଞ୍ଚ କଲେ ପୁଲିସ ଡିଜି; ନିୟୋଜିତ ହେବେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ବୁଧବାର ବିଧାନସଭା ସୁରକ୍ଷା ଯାଞ୍ଚ କରିଛନ୍ତି ପୁଲିସ ଡିଜି ଅଭୟଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ। ଡିଜିପିଙ୍କ ଯାଞ୍ଚ ପରେ ପୁଲିସ କମିଶନର ଏବଂ ଡିସିପି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

ଏହାବ୍ୟତୀତ ଆତ୍ମାହୁତି ଉଦ୍ୟମ ନିରାକରଣକୁ ଅଧିକ ଫୋକସ୍‍ ଦିଆଯିବ। ତେବେ ଯେଉଁମାନଙ୍କର କିଛି ଅଭିଯୋଗ ରହିଛି ସେମାନେ ଅଭିଯୋଗ ପ୍ରକୋଷ୍ଠକୁ ଯାଇପାରିବେ। କୌଣସି ବେଆଇନ କାର୍ଯ୍ୟ ନ କରିବାକୁ ବରିଷ୍ଠ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।

Comments are closed.