ଆସିଲା ଆଉ ଏକ କରୋନା ଟିକା : ଜାଏଡସ କାଡିଲାର ‘ଭିରାଫିନ୍’କୁ ମଞ୍ଜୁରୀ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ବେଳେ ସରକାର ଆଉ ଏକ କରୋନା ଟିକାକୁ ମଞ୍ଜୁରୀ ଦେଇଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜାଏଡସ କାଡିଲା ଦ୍ବାରା ପ୍ରସ୍ତୁତ ‘ଭିରାଫିନ୍’ ଇଞ୍ଜେକ୍ସନକୁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିଦେର୍ଶକ(ଡିଜିସିଆଇ) ଅନୁମୋଦନ କରିଛନ୍ତି । ଏହା ମଧ୍ୟମ ଶ୍ରେଣୀ ବୟସ୍କ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହୋଇପାରିବ ।
‘ଭିରାଫିନ୍’କୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ୪ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ମଞ୍ଜୁରୀ ମିଳିଛି । ଚଳିତ ମାସରେ ପୂର୍ବରୁ ଡିଜିସିଆଇ ଋଷ ନିର୍ମିତ ‘ସ୍ଫୁଟନିକ-ଭି’କୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହା ପୂର୍ବରୁ ଗତ ଜାନୁଆରୀ ମାସରେ ସିରମ୍ ଇନଷ୍ଟିଚ୍ୟୁଟର ‘କୋଭିସିଲ୍ଡ’ ଏବଂ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ଡିସିଜିଆଇର ମଞ୍ଜୁରୀ ମିଳିଥିଲା । ପରେ ଜାନୁଆରୀ ୧୬ରୁ ଦେଶରେ ସର୍ବ ବୃହତ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ଯାହା ଆଜି ୯୮ ଦିନରେ ପହଞ୍ଚିଛି ।
Drugs Controller General of India (DGCI) approves emergency use for Zydus Cadila’s Pegylated Interferon alpha-2b, ‘Virafin’ for treating moderate #COVID19 infection in adults. pic.twitter.com/bXBvHZaIBp
— ANI (@ANI) April 23, 2021
Comments are closed.