ବିମାନକୁ ପଙ୍ଗପାଳ ଚିନ୍ତା : ପାଇଲଟଙ୍କୁ ନିର୍ଦ୍ଦେଶାବଳୀ ଜାରିକଲା ବିଭାଗ

ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ସତର୍କତାର ସହ ବିମାନ ଉଡାଣ ନେଇ ବେସମାରିକ ବିମାନ ଚଳାଚଳ ବିଭାଗ ପଦକ୍ଷେପ ନେଉଥିବା ବେଳେ ପାକିସ୍ତାନ ଆଡୁ ଆସିଥିବା ପଙ୍ଗପାଳ ଏବେ ଚିନ୍ତା ବଢ଼ାଇଛି । ବିମାନ ଉଡାଣ କିମ୍ବା ଅବତରଣ ବେଳେ ସଂସ୍ପର୍ଶରେ ପଙ୍ଗପାଳ ଆସିବେ ବୋଲି ଆକଳନ କରି ବିଭାଗ ପକ୍ଷରୁ ପାଇଲଟଙ୍କୁ ନିର୍ଦ୍ଦେଶାବଳୀ ଜାରି କରିଛି ।
ଫସଲ ଖାଇ ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଥିବା ପଙ୍ଗପାଳ ବିମାନର ପାଇଲଟଙ୍କ ଚିନ୍ତା ବଢ଼ାଇଛି । ବିମାନ ଉଡାଣ ଆରମ୍ଭ କରିବା ହେଉ କିମ୍ବା ଅବତରଣ, ସେତେବେଳେ ପଙ୍ଗପାଳ ଯୋଗୁ ପାଇଲଟ ଦେଖିବାରେ ସମସ୍ୟା ଉପୁଜିପାରେ । ସେ ସମୟରେ ୱାଇପର ବ୍ୟବହାରକୁ ନେଇ ନିର୍ଦ୍ଦେଶାବଳୀରେ ପାଇଲଟକୁ ନିର୍ଦ୍ଦେଶ ଦେଇଛି ବିଭାଗ । ବିମାନବନ୍ଦରରେ କର୍ମଚାରୀମାନେ ମଧ୍ୟ ଏହା ଉପରେ ନଜର ରଖିବାକୁ କୁହାଯାଇଛି।

Comments are closed.