ଜୁଲାଇ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନାର ଡେଲ୍ଟା ଭାରିଆଣ୍ଟ ଓ ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି। ବୁଧବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିସିଜିଏ) ଏନେଇ ସୂଚନା ପ୍ରଦାନ କରିଛି। ପୂର୍ବରୁ ଲାଗିଥିବା ପ୍ରତିବନ୍ଧକ ୩୦ ଜୁନରେ ଶେଷ ହେଉଥିବା ବେଳେ ଆଜି ନୂଆ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି। ତେବେ ଏହି ଅବଧି ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ଚଳାଚଳ ପାଇଁ ଅନୁମତି ରହିବ ବୋଲି ଜଣାପଡ଼ିଛି।

ଡିଜିସିଏ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଯାତ୍ରୀମାନଙ୍କୁ ନେଇ ଯାଉଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ୍ ଲଗାଯାଇଛି। କିନ୍ତୁ ମାଲ ପରିବହନ କରୁଥିବା ବିମାନ ଉପରେ କୌଣସି ପ୍ରତିବନ୍ଧକ ନାହିଁ।

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍ ଲଗାଯାଇଛି। ହେଲେ ମେ ୨୦୨୦ରୁ କିଛି ନିର୍ଦ୍ଦିଷ୍ଟ ରୁଟରେ ଭାରତ ସରକାରଙ୍କ ବନ୍ଦେ ଭାରତ ଅଭିଯାନ ଏବଂ ଜୁଲାଇ ୨୦୨୦ରୁ ଏୟାର ବବଲସ ଅଭିଯାନରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ସେବା ହେଉଥିଲା।

 

 

 

Comments are closed.