ଛତିଶଗଡ଼ ମାଓ ଆକ୍ରମଣ ପରେ ନକ୍ସଲ ପ୍ରବଣ ଜିଲାକୁ ଆଲର୍ଟ କଲେ ଡିଜିପି

ଭୁବନେଶ୍ଵର : ଛତିଶଗଡ଼ରେ ମଙ୍ଗଳବାର ମାଓ ଆକ୍ରମଣ ପରେ ନକ୍ସଲ ପ୍ରବଣ ଜିଲାର ଏସପିମାନଙ୍କୁ ଆଲର୍ଟ ରହିବା ପାଇଁ ଓଡ଼ିଶା ଅତିରିକ୍ତ ଦାୟିତ୍ଵରେ ଥିବା ଡ଼ିଜିପି ବିଜୟ ଶର୍ମା ପରାମର୍ଶ ଦେଇଛନ୍ତି। ଏହାସହିତ ପ୍ରାର୍ଥୀ ମାନଙ୍କୁ ନିଜଆଡୁ ଶତର୍କ ରହିବା ପାଇଁ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି। ଖାସକରି ରାତ୍ର ସମୟରେ ପ୍ରାର୍ଥୀ ମାନଙ୍କୁ ବୁଲାବୁଲି ନକରିବାକୁ ଡ଼ିଜିପି କହିଛନ୍ତି।

ସୂଚନା ମୁତାବକ, ଲୋକସଭା ନିର୍ବାଚନ ପ୍ରଥମ ପ୍ରର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ଣରେ ମାଓବାଦୀମାନେ ଛତିଶଗଡ଼ ଦାନ୍ତେୱାଡାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ସ୍ଥାନୀୟ ବିଧାୟକଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଯବାନ ସହିଦ ହୋଇଛନ୍ତି।
ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ଣରେ ସ୍ଥାନୀୟ ବିଜେପି ବିଧାୟକ ଭୀମା ମାଣ୍ଡାଭି ଦଳୀୟ ସମର୍ଥକ ଓ କର୍ମୀଙ୍କ ସହ ନକୁଲନାରରେ ନିର୍ବାଚନୀ ପ୍ରଚାର ସାରି ଫେରୁଥିଲେ। ତେବେ ସେଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଶ୍ୟାମାଗିରି ଠାରେ ଏକ ଆଇଇଡି ବିସ୍ଫୋରଣରେ ବିଧାୟକଙ୍କ ଗାଡ଼ିଟି ଉଡ଼ିଯାଇଥିଲା। ଘଟଣାସ୍ଥଳରେ ବିଧାୟକଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସୁରକ୍ଷାରେ ମୁତୟନ ୩ ଯବାନ ସହିଦ ହୋଇଛନ୍ତି।

Comments are closed.