ତମସୋ ମା ଜ୍ୟୋତିର୍ଗମୟ…

ଦୀପର ପର୍ବ ଦୀପାବଳି। ବିଶ୍ବାସ ରହିଛି, ଏହିଦିନ ଘରର କୌଣସି କୋଣ ଅନ୍ଧାର ରହିବା ଅନୁଚିତ। ଯେତେ ଅତ୍ୟାଧୁନିକ ସାଜସଜ୍ଜା ହେଲେ ମଧ୍ୟ ଦୀପ ଏହି ପର୍ବରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବାସ୍ତୁଶାସ୍ତ୍ରରେ ଦୀପ ଜଳାଇବା ଏବଂ ଏହାକୁ ରଖିବାର ବିଭିନ୍ନ ନିୟମ ରହିଛି। ବୈଦ୍ୟୁତିକ ଆଲୋକ କ୍ଷେତ୍ରରେ ମଧ୍ୟ ନିର୍ଦିଷ୍ଟ ଦିଗ ଶୁଭଫଳଦାୟକ ହୋଇଥାଏ।

ଦୀପ ଜଳାଇବା ବେଳେ-
– ପୂର୍ବ ଦିଗକୁ ଦୀପ ଶିଖା ରହିଲେ ଆୟୁଷ ବୃଦ୍ଧି ହୋଇଥାଏ।
– ଦୀପର ଶିଖା ଯଦି ପଶ୍ଚିମଦିଗକୁ ରଖାଯାଏ ତେବେ ଦୁଃଖ ବଢେ।
– ଯଦି ଦକ୍ଷିଣ ଦିଗକୁ ଦୀପର ଶିଖା ରହେ ତେବେ ଏହା ହାନିକାରକ। କୌଣସି ବ୍ୟକ୍ତି କିମ୍ବା ଧନ କ୍ଷେତ୍ରରେ ଏହି କ୍ଷତି ହୋଇପାରେ।
– ଉତ୍ତରଦିଗକୁ ଦୀପର ଶିଖା ରହିଲେ ଧନଲାଭ କରାଏ।
– ଶୁଦ୍ଧ ଘିଅରେ ଦୀପ ଜଳାଇବା ଭଲ। ସୂର୍ଯ୍ୟମୁଖୀ ତେଲ ଏଥିପାଇଁ ବ୍ୟବହାର କରିବେ ନାହିଁ।
– ଦୀପର ବତୀ ଏତେ ଲମ୍ବା ରଖିବେ, ଯେପରିକି ଦୀପ ମଝିକୁ ନିଆଁ ନଯାଏ। ମହାଲକ୍ଷ୍ମୀ ଏବଂ ଗଣେଶଙ୍କୁ ସ୍ବାଗତ କରିବା ଲାଗି ମୁଖ୍ୟଦ୍ବାରର ଦୁଇପଟେ ଦୀପ ରଖିବେ।
– ସବୁବେଳେ ପୂଜାଘରୁ ଦୀପ ଜଳାଇବା ଆରମ୍ଭ କରିବେ।

ଆଲୋକ କ୍ଷେତ୍ରରେ-
– ପୂର୍ବ ଦିଗରେ ନାଲି, ହଳଦିଆ ଏବଂ କମଳା ରଙ୍ଗର ଆଲୋକ ସଜାଇବା ଶୁଭଙ୍କର।
– ଗାଢ ହଳଦିଆ, କମଳା ଏବଂ ଗୋଲାପି ରଙ୍ଗର ଆଲୋକ ସଜ୍ଜା ପଶ୍ଚିମ ଦିଗରେ କରିପାରିବେ।
– ଉତ୍ତର ଦିଗରେ ନୀଳ, ହଳଦିଆ ଏବଂ ସବୁଜ ରଙ୍ଗର ଆଲୋକ ଲଗାଇହେବ।
– ଦକ୍ଷିଣ ଦିଗ ପାଇଁ ଧଳା, ବାଇଗଣି, ନାଲି ରଙ୍ଗର ଆଲୋକ ସଜ୍ଜା ଶୁଭଫଳ ଦେଇଥାଏ।

Comments are closed.