କରୋନା କଟକଣା ପାଇଁ ଚଳିତ ବର୍ଷ ଅଁଳା ନବମୀରେ ରାଧାପାଦ ଦର୍ଶନ କରିପାରିବେନି ଭକ୍ତ

ପୁରୀ : ଚଳିତ ବର୍ଷ ଅଁଳା ନବମୀରେ ରାଧା ପାଦ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । କରୋନାର ଭୟାବହତା ଓ କଟକଣାକୁ ନେଇ ଚଳିତ ବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ବନ୍ଦ କରିଛି ଜିଲା ପ୍ରଶାସନ । ଆଜି ବସିଥିବା ପ୍ରଥମ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସେବାୟତ, ପୁରୀ ଏସପି ଓ ଜିଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

ଆଜି ବସିଥିବା ପ୍ରଥମ ସମନ୍ୱୟ କମିଟି ବୈଠକର ନିଷ୍ପତ୍ତି ଅନୁସା​‌ରେ ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ସମ୍ପନ୍ନ ହେବ। ସୀମିତ ସେବାୟତ ଭିତରେ କେବଳ ରିତୀନୀତିରେ ରାଧାପାଦ ଦର୍ଶନ ହେବ ସମ୍ପାଦନ । ମାତ୍ର ସର୍ବସାଧାରଣଙ୍କୁ ରାଧାପାଦ ଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ । ସେହି ଦିନ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଜାରି ହେବ ୧୪୪ଧାରା ।

ସୂଚନାଯୋଗ୍ୟ କାର୍ତ୍ତିକ ମାସରେ ରାଧାପାଦ ଦର୍ଶନର ସ୍ୱତନ୍ତ୍ର ପରମ୍ପରା ରହିଛି । ବର୍ଷ ସାରା ଠାକୁରାଣୀଙ୍କ ପାଦ ଆବୃତ୍ତ ରଖିବାର ପରମ୍ପରା ରହିଥାଏ । ଅଁଳା ନବମୀରେ ଠାକୁରାଣୀ ଓଡିଆଣୀ ବେଶ ହୁଅନ୍ତି । ଏଣୁ ସତ୍ୟବାଦୀ ସାକ୍ଷୀଗୋପାଳ ମନ୍ଦିରରେ ବର୍ଷକୁ ଥରେ ରାଧାପାଦ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଭିଡ ଜମିଥାଏ।

Comments are closed.