୭୪୦ କି.ମି.ଦୂରରୁ ଆସି ମା’ଭଣ୍ଡାରଘରଣୀଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ନବରଙ୍ଗପୁର : ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ, ପ୍ରତ୍ୟକ୍ଷ ଠାକୁରାଣୀ ମା’ ଭଣ୍ଡାର ଘରଣୀ ଙ୍କୁ ୭୪୦ କିଲୋମିଟର ଦୂରରୁ ଆସି ଶ୍ରଦ୍ଧାଳୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ ମା ଙ୍କର l ମା ଙ୍କ ଆଶୀର୍ବାଦ ପାଇବାକୁ ହେଲେ କିଛି ଦେବାକୁ ପଡି ନ ଥାଏ l କେଵଳ ଭକ୍ତିର ସହ ମୁଣ୍ଡିଆଟି ମାରିଲେ ଯଥେଷ୍ଟ l ସବୁଆଡେ ଦୁଇଟି ନବରାତ୍ର ପୂଜା କରାଯାଉଛି କିନ୍ତୁ ମାଅ ଙ୍କ ପୀଠରେ ତିନୋଟି ନବରାତ୍ର ପୂଜା କରାଯାଏ l ମା ଙ୍କ ପୂଜକ ରାଜୀବ ଲୋଚନ ପୁଜାରୀ କୁଞ୍ଜ ବିହାରି ରଥ ଏହିଭଳି ଦୂରରୁ  ଆସିଥିବା ଶ୍ରଦ୍ଧାଳୁଙ୍କୁ ବୁଝାଇ ଥିଲେ l ରାତିରେ ମା ପାଦରେ ଘୁଙ୍ଗୁର ବାନ୍ଧି ବୁଲୁଥିବା କହିଥିଲେ l

ବୁଧବାର କେନ୍ଦ୍ରାପଡ଼ା ଜ଼ିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭରତପୁର, ମେହେନ୍ଦିପୁର, ଜଗନ୍ନାଥ ପୁର, ପଦlଲ ଗ୍ରାମ ରୁ ୪୩ ଜଣ ଶ୍ରଦ୍ଧାଳୁ ନବରଙ୍ଗପୁରରେ ପହଞ୍ଚି ମା ଭଣ୍ଡାର ଘରଣୀଙ୍କୁ ଦର୍ଶନ କରିବା ସହ, ଉମରକୋଟ ରେ ମାଆ ପେଣ୍ଡରାଣୀ ମନ୍ଦିର, ଶହୀଦ ମିନାର, ଜଗନ୍ନାଥ ମନ୍ଦିର ଆଦି ଦର୍ଶନ କରି ଆନନ୍ଦିତ ହୋଇଥିଲେ l ନବରଙ୍ଗପୁରର ପ୍ରାକୃତିକ ପରିବେଶ ଅତି ଉଚ୍ଚ କୋଟିର ବୋଲି କେନ୍ଦ୍ରାପଡ଼ାରୁ ଆସିଥିବା ଶ୍ରଦ୍ଧାଳୁ ହେମନ୍ତ କୁମାର ଜେନା, ପ୍ରମୋଦ ବେହୁରା, ବାବାଜି ମହାନ୍ତି ପ୍ରମୁଖ ପ୍ରକାଶ କରିଛନ୍ତି l ସୁଦୂର କେନ୍ଦ୍ରାପଡ଼ାରୁ ଏକ ବସ ଯୋଗେ ତେୟାଲିଶ ଜଣ ଶ୍ରଦ୍ଧାଳୁ ଆସି ନବରଙ୍ଗପୁର ବୁଲି ଫେରିଯାଇଛନ୍ତି l

Comments are closed.