ସିବିଆଇଙ୍କ ଚଢାଉ ପରେ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ସି-ସୋର ଚିଟଫଣ୍ଡ ଲିଙ୍କ୍‍ ନେଇ ଆଜି ବରିଷ୍ଠ ବିଜେଡ଼ି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ କରିଛି। ତାଙ୍କ ଭୁବନେଶ୍ୱର ୟୁନିଟ ୧ ସ୍ଥିତ ଘରେ ଘଣ୍ଟାଏଁ ରୁ ଅଧିକ ସମୟ ଖୋଳତାଡ଼ ପରେ ସିବିଆଇ ଟିମ ତାଙ୍କ ଘରୁ ଫେରିଥିବା ଜଣାପଡ଼ିଛି। ଦେବୀ ମିଶ୍ରଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଜଗପତ୍ର ସିବିଆଇ ନେଇଥିବା ଜଣାପଡିଛି।
ଏହାସହ ସି-ସୋର ପ୍ରକଳ୍ପ ସମ୍ପର୍କରେ ସିବିଆଇ ଦେବୀ ମିଶ୍ରଙ୍କୁ ପଚରାଉଚରା ନେଇ ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି। ସି-ସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସମ୍ପର୍କରେ ସିବିଆଇ ଟିମ ପଚାରିଲେ। ଯେହେତୁ ମୁଁ ପର୍ଯ୍ୟଟନ ମନ୍ତ୍ରୀ , ସେ ସମ୍ପର୍କରେ ପଚାରିଲେ। ଯାହା ତଥ୍ୟ, ସବୁ ପର୍ଯ୍ୟଟନ ବିଭାଗର ରହିଛି। ସିବିଆଇକୁ ତଦନ୍ତରେ ଆମେ ସବୁବେଳେ ସହଯୋଗ କରି ଆସିଛୁ।

Comments are closed.