ତାଳବସ୍ତ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟିତ

ବାଙ୍କୀ : ବାଙ୍କୀ-ଡମପଡା ପଞ୍ଚାୟତ ସମିତି ଅଧିନ ତାଳବସ୍ତ ପଞ୍ଚାୟତରେ ରବିବାର ୧୬ଗୋଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଓ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରକଳ୍ପ ଗୁଡିକ ଲୋକାର୍ପିତ କରିଛନ୍ତି। ତାଳବସ୍ତ ଠାରେ ନିର୍ମିତ ହୋଇଥିବା ପ୍ରମୋଦ ଉଦ୍ୟାନ, ତାଳବସ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟ ଅତିରିକ୍ତ ଶ୍ରେଣୀଗୃହ, ନୂତନ କଂପ୍ୟୁଟର ଗୃହ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାଗତ ଗେଟ୍‍, ମିଶନ ଶକ୍ତି ଗୃହ, ପଞ୍ଚାୟତ ସ୍ତରୀୟ ବ୍ୟାୟାମ ଗୃହ, ତାଳବସ୍ତ ଅଙ୍ଗନବାଡି କେନ୍ଦ୍ର, ପଦନପୁର ବି.ଏନ.ବିଦ୍ୟାପୀଠ କଂପ୍ୟୁଟର ଗୃହ, ତଳଭିଜିପୁଟ ଅଙ୍ଗନବାଡି କେନ୍ଦ୍ର ସହିତ ତଳଭିଜିପୁଟ ଖେଳପଡ଼ିଆ, ତାଳବସ୍ତ ଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସରକାରୀ କ୍ୱାର୍ଟରର ଶୁଭ ଉଦଘାଟନ କରାଯାଇଛି।

ଏହି ଅବସରରେ ଏକ ଲୋକାର୍ପିତ ଉତ୍ସବ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାସଭବନ ନିକଟସ୍ଥ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଦିନବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ବାଙ୍କୀ-ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପାଞ୍ଜଳି ପ୍ରଧାନ, କୁଶପଙ୍ଗି ସରପଞ୍ଚ ପ୍ରତିନିଧି ଅସୀତ କୁମାର ଜେନା, କୁଶପଙ୍ଗି ସମିତି ସଭ୍ୟ ଅଜିତ ଜେନା ପ୍ରମୁଖ ଯୋଗଦେଇ ପଞ୍ଚାୟତର ପ୍ରମୁଖ ବିକାଶରେ ପ୍ରକଳ୍ପ ଗୁଡିକର ଆବଶ୍ୟକତା ଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ପଞ୍ଚାୟତ ବିଜେଡି କର୍ମୀ, ବିଜୁ ଯୁବ ବାହିନୀ ସଦସ୍ୟ ସ୍ୱତନ୍ତ୍ର ଶୋଭାଯାତ୍ରାରେ ଅତିଥି ମାନଙ୍କୁ ବିଭିନ୍ନ ଉଦଘାଟନୀ ସ୍ଥଳକୁ ନେଇଥିଲେ। ବାଙ୍କୀ-ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ରବାଙ୍କୀ-ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଏହି ଲୋକାର୍ପିତ ସମାରୋହରେ ସମବେତ ହୋଇ କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି।

Comments
Loading...