ପୁରୀ ପାଇଁ ‘ଅବଢ଼ା’ରେ ୬୯୫ କୋଟି, ‘ଏକାମ୍ର’ ଯୋଜନାରେ ଶ୍ରୀଲିଙ୍ଗରାଜଙ୍କ ଲାଗି ଖର୍ଚ୍ଚ​‌ ହେବ ୧୫୦ କୋଟି

ଭୁବନେଶ୍ଵର: ଚଳିତ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ବଜେଟ୍‌ରେ ଶ୍ରୀକ୍ଷେତ୍ର ଏବଂ ଏକାମ୍ର କ୍ଷେତ୍ରକୁ ଗୁରୁତ୍ଵ ଦେଇଛନ୍ତି। ପୁରୀ ପାଇଁ ରାଜ୍ୟ ସରକାର ‘ଅବଢ଼ା’ ଯୋଜନାରେ ୩୨୦୮ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ୨୦୨୦-୨୧ରେ ୬୯୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ‘ଏକାମ୍ର’ ଯୋଜନାରେ ଶ୍ରୀଲିଙ୍ଗରାଜ ମନ୍ଦିରର ବିକାଶ ଲାଗି ୭୦୦ କୋଟି ଟଙ୍କା ମଞ୍ଜୁର ହୋଇଛି, ଯେଉଁଥିରୁ ୨୦୨୦-୨୧ରେ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରି ସୂଚନା ଦେଇଛନ୍ତି।

‘ଅବଢ଼ା’ ଯୋଜନାରେ ପୁରୀକୁ ବିଶ୍ଵ ଐତିହ୍ୟ ନଗରୀ ଭାବେ ପରିଣତ କରିବା ଲାଗି ରାଜ୍ୟ ସରକାର ନକ୍ସା ପ୍ରସ୍ତୁତ କରିଛନ୍ତି। ମଞ୍ଜୁର ହୋଇଥିବା ଅର୍ଥରେ ଶ୍ରୀ ସେତୁ, ଜଗନ୍ନାଥ ବଲ୍ଲଭ ବଜାରର ପୁନଃ-ଉନ୍ନତିକରଣ, ସମୁଦ୍ର ବେଳାଭୂମିରେ ଭେଣ୍ଡିଂ ଜୋନ୍‌, ସ୍ବର୍ଗଦ୍ବାର ଉନ୍ନତିକରଣ ଇତ୍ୟାଦି କରାଯିବ।

Comments are closed.