ଭାଗିରଥୀରେ ଦେବ ଦୋଳି ସ୍ନାନ

ଉତ୍ତରକାଶୀ: ପବିତ୍ର ମକର ସଂକ୍ରାନ୍ତ ଅବସରରେ ପୁଣ୍ୟ ଭାଗିରଥୀ ନଦୀରେ ପରମ୍ପରା ଅନୁଯାୟୀ ଦେବ ଦୋଳି ସ୍ନାନ ଅନୁଷ୍ଠିତ ହୋଇଛି । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ସ୍ଥାନୀୟ ଜନସାଧାରଣ ମକର ସଂକ୍ରାନ୍ତି ଦିନ ସେମାନଙ୍କର ଗ୍ରାମ ଦେବୀଙ୍କୁ ପାଲିଙ୍କିରେ ଆଣି ଭାଗିରଥୀ ନଦୀରେ ସ୍ନାନ କରାଇଛନ୍ତି । ଏହା ଦେବ ଦୋଳି ସ୍ନାନ ଭାବରେ ପରିଚିତ । କୋଭିଡ କଟକଣା ଲାଗୁ କରାଯିବା ସହିତ ଭାଗିରଥୀ ସମେତ ଗଙ୍ଗା ଏବଂ ଅନ୍ୟାନ୍ୟ ନଦୀ ତଥା ଘାଟଗୁଡିକରେ ସର୍ବସାଧାରଣଙ୍କ ସ୍ନାନ ଓ ବୁଡ ପକାଇବାକୁ ନିଷେଧ କରାଯାଇଥିବାବେଳେ ଜନସାଧାରଣ ତାହାକୁ ପାଳନ କରିବା ସହିତ କେବଳ ପରମ୍ପରାକୁ ବଜାୟ ରଖି ଦେବ ଦୋଳି ସ୍ନାନ କରାଇଥିବା ଜଣାଯାଇଛି ।

Comments are closed.