୬୯୯ ଟଙ୍କା ମୂଲ୍ୟରେ ଡ଼ିଟେଲ ଡ଼ି-୧ଗୁରୁର ବଜାର ପ୍ରବେଶ

ନୂଆଦିଲ୍ଲୀ : ଶସ୍ତା ଫିଚର ଫୋନ୍ ଲଞ୍ଚ କରି ସର୍ବଦା ଚର୍ଚ୍ଚାରେ ରହୁଥିବା ଡିଟେଲ କମ୍ପାନୀ ଆଉ ଏକ ଫିଚର ଫୋନ୍ ଭାରତୀୟ ବଜାରରେ ପ୍ରବେଶ କରିଛି। ଯାହାର ନାମ ଡିଟେଲ ଡ଼ି-୧ଗୁରୁ । ଡିଟେଲ ଡ଼-୧ ଗୁରୁ ବର୍ତ୍ତମାନ ଗାଢ ନୀଳ  ଏବଂ କଳା ରଙ୍ଗରେ ଉପଲବ୍ଧ ରହିଛି। ଏଥିରେ ୧୬ ଜିବି ପର୍ଯ୍ୟନ୍ତ ମେମୋରୀ, ବ୍ଲୁଟୁଥ୍ ଡାଏଲର୍ ଏବଂ ଜିପିଆରଏସ୍ ରହିଛି।
ଡିଟେଲର ଏହି ଫୋନରେ ତତକ୍ଷଣାତ୍ ମେସେଜିଂ ଆପ୍ ଜେଡ଼-ଟଲ୍କ ରହିଛି। ଯାହା ହ୍ବାଟ୍ସଆପ୍ ଭଳି। ଏହାର ସାହାଯ୍ୟରେ, ଆପଣ ଯେକୌଣସି ସ୍ମାର୍ଟଫୋନକୁ ବାର୍ତ୍ତା ଏବଂ ପ୍ରତିଛବି ପଠାଇ ପାରିବେ। ଡ଼ି୧ ଗୁରୁରେ ୧.୮ ” ଏଲସିଡ଼ି ଡିସପ୍ଲେ, ଡୁଆଲ୍ ଫ୍ଲାସ୍ ଲାଇଟ୍, ଅଡିଓ ଏବଂ ଭିଡିଓ ପ୍ଲେୟାର, ଡିଜିଟାଲ୍ କ୍ୟାମେରା, ଏଫ୍ଏମ୍ ରେଡ଼ିଓ, ଏସଓଏସ୍ ଏବଂ ୧ହାଜର ଏମ୍ଏଚ୍ ବ୍ୟାଟେରୀ ରହିଛି।

Comments are closed.