ଭାରତୀୟ ବଜାରକୁ ଆସିଲା ଡ଼ିଟେଲର ଦୁଇଟି ନୂଆ ସ୍ପିକର

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଛି ଡ଼ିଟେଲର ଦୁଇଟି ବ୍ଲୁଟୁଥ ସ୍ପିକର । ଏହି ଦୁଇଟି ସ୍ପିକରର ନାମ ‘ଜେଜି’ ଏବଂ ‘ଟଶନ’। ଏହି ଦୁଇଟି ସ୍ପିକରରେ ୩୦ୱାଟ ଏବଂ ୧୨ୱାଟର ପାୱାର ସ୍ପିକର ଦିଆଯାଇଛି। ଏହାବ୍ୟତୀତ ଏଥିରେ ୩୬୦୦ଏମ୍‍ଏଚ୍‍ ଏବଂ ୧୮୦୦ଏମ୍‍ଏଚର ବ୍ୟାଟେରୀ ରହିଛି। ଉଭୟ ସ୍ପିକର ସହିତ ଆପଣ ଗୋଟିଏ ମାଇକ୍ରୋଫୋନ ମାଗଣାରେ ପାଇପାରିବେ। ଏହାକୁ ପେନ୍‍-ଡ୍ରାଇଭ, ମାଇକ୍ରୋ ଏସଡ଼ି କାର୍ଡ଼ ତଥା ଏୟୁଏକ୍ସ ସହିତ ସଂଯୋଗ କରି ଗୀତ ଶୁଣିପାରିବେ।
ଉଭୟ ସ୍ପିକର ସହିତ ବ୍ଲୁଟୁଥ ଭି-୪.୦ପ।ଇପାରିବେ। ଜେଜି ସହିତ ଆପଣଙ୍କୁ ୧୫ୱାଟର ଦୁଇଟି ସ୍ପିକରସ୍‍ ଏବଂ ଟଶନ ସହିତ ୧୨ୱାଟର ସ୍ପିକର ମିଳିବ। ଯାହାର ଓଜନ କ୍ରମଶଃ ୩.୫କିଲୋଗ୍ରାମ ଏବଂ ୧.୫୬କିଲୋଗ୍ରାମ ରହିଛି। ଜେଜି ସ୍ପିକରର ମୂଲ୍ୟ ୨ହଜାର ୯୯୯ଟଙ୍କା ଏବଂ ଟଶନ ସ୍ପିକରର ମୂଲ୍ୟ ୧ହଜାର ୯୯୯ଟଙ୍କା। ଉଭୟ ସ୍ପିକର ଡିଟେଲ ଆପ, ୱେବସାଇଟ୍‍ ଏବଂ ଫ୍ଲିପକାର୍ଟ ଭଳି ଅନଲାଇନ ଷ୍ଟୋରରେ ଉପଲବ୍ଧ ରହିଛି।

Comments are closed.