ଜାମ୍ମୁ-କାଶ୍ମୀର – ମୁକ୍ତ ହେବେ ଅଟକ ରାଜନେତା

ନୂଆଦିଲ୍ଳୀ: ଜାମ୍ମୁ-କାଶ୍ମୀରରେ ଅଟକ ରାଜନେତାଙ୍କୁ ଚଳିତ ମାସରେ ପର୍ୟ୍ୟାୟକ୍ରମେ ମୁକ୍ତ କରିବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଯେଉଁମାନେ ଶ୍ରୀନଗରସ୍ଥିତ ବିଧାୟକ ହଷ୍ଟେଲରେ ଅଟକ ରହିଛନ୍ତି। ତେବେ ୫ଜଣ ରାଜନେତାଙ୍କୁ ମୁକ୍ତ କରାଯିବ ନାହିଁ ବୋଲି କୁହାଯାଇଛି। ଏହି ୫ ରାଜନେତାଙ୍କୁ ଅଟକ କେନ୍ଦ୍ରରେ ଆଉ କିଛି ଦିନ ଅଟକ ରଖାଯିବ।

ଅଟକ ରହିବାକୁ ଥିବା ଏହି ରାଜନେତାମାନେ ପିଡିପି ମୁଖ୍ୟ ମେହବୁବା ମୁଫତି, ନିମ୍‌ ଅଖତାର, ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା, ଫାରୁକ ଅବଦୁଲ୍ଲା ଓ ଅଲ୍ଲୀ ମହମ୍ମଦ ସାଗର। ଧାରା ୩୭୦ ଉଚ୍ଛେଦର ଦିନକ ପୂର୍ବରୁ ଅଗଷ୍ଟ ୪ ତାରିଖରୁ ଏହି ୫ ନେତାଙ୍କୁ ଅଟକ ରଖାଯାଇଛି। ଅନ୍ୟପଟେ ଶୁକ୍ରବାର ୪ ରାଜନେତାଙ୍କୁ ମୁକ୍ତ କରିବା ଲାଗି ନିଷ୍ପତ୍ତି ହୋଇଛି। ଏମାନେ ହେଲେ ପିଡିପିର ହାକିମ ମହମ୍ମଦ ୟାସିନ, ରଫି ମିର, ଅସ୍ରଫ ମିର ଓ ମାଜିଦ ପାଦ୍ରୁ।

Comments are closed.