ଦେଶୀ ମଦ ପିଇ ଜଣେ ମୃତ, ୨୦ରୁ ଅଧିକ ଅସୁସ୍ଥ

କଲ୍ୟାଣସିଂହପୁର: ଦେଶୀ ମଦ ପିଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ମୃତକ ଜଣଙ୍କ ଢେପାଗୁଡା ଗାଁର ବୋଲି ଜଣାପଡିଛି। ଅସୁସ୍ଥମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାୟଗଡା ଜିଲାପାଳ ପ୍ରମୋଦ ବେହେରା ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଜିଲାପାଳ ନିର୍ଦେଶ ପରେ ସ୍ବାସ୍ଥ୍ୟ ଓ ଅବକାରୀ ବିଭାଗର ତଦନ୍ତ ଆରମ୍ଭ କରିଛନ୍ତି। କଲ୍ୟାଣସିଂହପୁର ଡାକ୍ତରଖାନାରେ ଏଡିଏମଓ ଏବଂ ଅନ୍ୟ ଅଧିକାରୀ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, କତାଗୁଡା ଗାଁର ଗତ ଶୁକ୍ରବାର ମଦ ପିଇବା ପରେ ଅସୁସ୍ଥ ହୋଇଥିଲେ।

Comments are closed.