୩୫ ଲିଟର ମହୁଲି ମଦ ଜବତ ; ୩ ଗିରଫ

ପାଟଣା  : ପାଟଣା ଅବକାରୀ ଥାନା ଅଞ୍ଚଳରେ  ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଚଢାଉ କରାଯାଇଥିଲା । ଚଢ଼ାଉ ସମୟରେ ଅଙ୍କୁରା ଗ୍ରାମର ଶିରିଶ ଚନ୍ଦ୍ର ପାତ୍ର (୫୫) ଙ୍କ ଠାରୁ ୭ ଲିଟର ମହୁଲି ମଦ , ମୂଷାପଡା ଶିବ ମୁଣ୍ଡା(୩୬) ଙ୍କ ଠାରୁ ୨୦ ଲିଟର ମହୁଲି ମଦ ଓ ମାଧପୁର ବୈଷ୍ଣବ ଲୋହାର (୫୫) ଙ୍କ ଠାରୁ ୮ ଲିଟର ମହୁଲି ମଦ ଜବତ କରାଯିବା ସହ ସମସ୍ତ ତିନି ଜଣ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲିପ କୁମାର ତାଣ୍ଡି ଙ୍କ ନେତୃତ୍ୱରେ ଅନ୍ୟ ଅବକାରୀ କର୍ମଚାରୀମାନେ ଏହି ଚଢ଼ାଉ ରେ ସାମିଲ ଥିଲେ । ସମସ୍ତ ତିନି ଜଣଙ୍କୁ  କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ବିଭାଗ ଅତିରିକ୍ତ ଅଧିକାରୀ ଜଗନ୍ନାଥ ଭୀତିରୀଆ, କନେଷ୍ଟବଳ ଚନ୍ଦ୍ରମା କେଶରୀ ସାମଲ, ମିଥୁନ କୁମାର ଜେନା, ଆରତୀ ବେହେରା ସାମିଲ ଥିଲେ ।

Comments are closed.