ସତସଙ୍ଗରେ ଯାଉଥିବା ଗାଡିକୁ ଧକ୍କା ଦେଲା ଗ୍ୟାସ୍ ଟ୍ୟାଙ୍କର : ୫ ମୃତ

ସିର୍ସା : ହରିୟାଣାର ସିର୍ସା ଠାରେ ଏକ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ସକାଳେ ଟାଭେରା ଗାଡି ଏକ ଏଚପି ଗ୍ୟାସ୍ ଟ୍ୟାଙ୍କର ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଛି।ଟାଭେରା ଗାଡିରେ ୯ ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରାଣ ହରାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଏମାନେ ସମସ୍ତେ ଡେରା ସଚ୍ଚା ସୌଦାରେ ହେଉଥିବା ଏକ ସତସଙ୍ଗରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ସେମାନେ ଏହି ଦୁର୍ଘଟଣାର ସାମ୍ନା କରିଥିଲେ।ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି। ଦୁର୍ଘଟଣା ପରେ ଗ୍ୟାସ୍ ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ପଞ୍ଜାବର ସରକାରୀ କର୍ମଚାରୀ ଏବଂ ଆହତଙ୍କ ମଧ୍ୟରେ ବିଏସଏନଏଲର ଅବସରପ୍ରାପ୍ତ କର୍ମଚାରୀ ରହିଥିବା ଜଣାପଡିଛି।

Comments are closed.