କାଶ୍ମୀର ଯୁବକଙ୍କୁ ଆତଙ୍କବାଦ ପ୍ରଶିକ୍ଷଣ ପାଇଁ ପଠାଇବା ଅଭିଯୋଗ: ଉପ୍‍-କାରାଅଧୀକ୍ଷକ ଗିରଫ

0

ଶ୍ରୀନଗର : କାଶ୍ମୀର ଯୁବକଙ୍କୁ ଆତଙ୍କବାଦ ପ୍ରଶିକ୍ଷଣ ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ପଠାଇବା ଅଭିଯୋଗରେ ଜାମ୍ମୁର ଆମ୍ବଫଳ କାରାଗାରର ଉପ୍‍-କାରାଅଧୀକ୍ଷକ ଫିରୋଜ ଅହମ୍ମଦ ଲୋନ୍‍ଙ୍କୁ ବୁଧବାର ଜାତୀୟ ତଦନ୍ତକାରୀ ଦଳ (ଏନ୍‍ଆଇଏ) ଗିରଫ କରିଛି। ଲୋନ୍‍ ଗତ ୫ ମାସ ହେବ ଜାମ୍ମୁର ଆମ୍ବଫଳ କାରାଗାରରେ ଉପ୍‍-କାରଅଧୀକ୍ଷକ ଭାବେ ନିଯୁକ୍ତ ଥିଲେ। ଆତଙ୍କବାଦୀ ପ୍ରଶିକ୍ଷଣ ନେବା ପାଇଁ ପିଓକେ ଯିବା ବେଳେ ଗିରଫ ହୋଇଥିବା ସୁହେଲ୍‍ ଅହମ୍ମଦ ଭଟ୍ଟ ଏବଂ ଦାନିଶ ଗୁଲାମ ଲୋନ୍‍ ନାମକ ୨ ଯୁବକଙ୍କୁ ପ୍ରବର୍ତ୍ତାଇବାରେ ଇସ୍କ ପାଲ ନାମକ ଜଣେ ଆତଙ୍କବାଦୀଙ୍କୁ ଅହମ୍ମଦ ଲୋନ୍‍ ସହଯୋଗ କରିଥିଲେ। ଇସ୍କ ପାଲ ଅନ୍ୟ କେତେକ ମାମଲାରେ ଶ୍ରୀନଗର କେନ୍ଦ୍ରୀୟ କାରାଗାରରେ ବନ୍ଦି ଥିବା ସମୟରେ ଏହି ଷଡ଼ଯନ୍ତ୍ର ରଚିଥିଲା। ଏନ୍‍ଆଇଏ ହିଜବୁଲ୍‍ ମୁଜାହିଦ୍ଦିନରଆତଙ୍କବାଦୀ ଇସ୍କ ପାଲକୁ ମଧ୍ୟ ଗିରଫ କରିଛି।

Leave A Reply