ବନ୍ଦ ଘରୁ ଡେପୁଟି ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

0

ରାଉରକେଲା: ଇସ୍ପାତ କାରଖାନାର ଜଣେ ଡେପୁଟି ମ୍ୟାନେଜରଙ୍କ ମୃତଦେହ ସେକ୍ଟର୍‌-୨ ଅନ୍ତର୍ଗତ ଏଚ୍‌-୩ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର ହୋଇଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତକ ହେଲେ ୩୧ ବର୍ଷିୟ ଜୟ ପ୍ରକାଶ । ସେ ନ୍ୟୁ ପ୍ଲେଟ୍‌ ମିଲ୍‌ ବିଭାଗରେ ଡେପୁଟି ମ୍ୟାନେଜର ଭାବେ କାର୍ୟ୍ୟରତ ଥିଲେ ବୋଲି ଜଣାପଡିଛି । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ସନ୍ଦେହ ଘେରରେ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଜୟଙ୍କ ଅନ୍ତଃସତ୍ତ୍ୱା ପତ୍ନୀ ଶାଶୂଘର ମିରଟ୍‌କୁ ଚାଲି ଯାଇଥିଲେ । ଜୟ ମଧ୍ୟ ମିରଟ୍ ଯିବା ଲାଗି ଟିକେଟ୍ ବୁକ୍ କରି ସାରିଥିଲେ । ହେଲେ ତାଙ୍କ ପତ୍ନୀ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ୍ କଲ୍ ରିସିଭ ନକରିବାରୁ ତାଙ୍କର ସନ୍ଦେହ ଉପୁଜିଥିଲା । ପରେ ସେ ଜୟଙ୍କ ସାଙ୍ଗମାନଙ୍କୁ ଯୋଗାଯୋଗ କରିଥିଲେ । ବନ୍ଦ ଘରେ ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ତାଙ୍କ ସାଙ୍ଗମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।

 

 

Leave A Reply