ପ୍ରସାର ଭାରତୀର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଅଭୟ ପାଢୀଙ୍କ ପରଲୋକ

ସମ୍ବଲପୁର: ପ୍ରସାର ଭାରତୀର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଅଭୟ ପାଢୀ ସୋମବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ କିଛି ଦିନ ତଳେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ସେ ପୂର୍ବରୁ ମଧ୍ୟ କଟକ ଆକଶବାଣୀର କେନ୍ଦ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇଛନ୍ତି।

Comments are closed.