ସିଜେଆଇଙ୍କ ସୁରକ୍ଷାରେ ଅବହେଳା, ଆସାମର ବରିଷ୍ଠ ଆଇପିଏସ୍‍ ନିଲମ୍ବିତ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ କାମାକ୍ଷା ମନ୍ଦିର ପରିଦର୍ଶନ ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିନଥିବାରୁ ଆସାମ ସରକାର ଶନିବାର ଗୁଆହାଟି ପଶ୍ଚିମର ପୁଲିସ୍‍ ଉପକମିଶନରଙ୍କୁ ନିଲମ୍ବନ କରିଛନ୍ତି। ଗୃହ ବିଭାଗ ଦ୍ୱାରା ରାଜ୍ୟପାଳଙ୍କ ନାମରେ ଜାରି ନିର୍ଦେଶ ଅନୁସାରେ ଅଖିଳ ଭାରତୀୟ ସେବା ନିୟମ ୧୯୬୯ ନିୟମ ୩ (୧)ରେ ଆଇପିଏସ୍‍ ଅଧିକାରୀ ତଥା ଉପକମିଶନର ଭୱରଲାଲ ମିଣାଙ୍କୁ ତତ୍କାଳ ଚାକିରିରୁ ନିଲମ୍ବିତ କରାଯାଇଛି। ଏହି ନିର୍ଦେଶରେ ଗୃହ ବିଭାଗ ସଚିବ ଦୀପକ ମଜୁମଦାରଙ୍କ ଦସ୍ତଖତ ରହିଛି। ପ୍ରଧାନ ବିଚାରପତି ଗୋଗୋଇ ଏବଂ ତାଙ୍କ ପତ୍ନୀ ଅକ୍ଟୋବର ୧୭ରେ ଗୁଆହାଟି ଗସ୍ତରେ ଆସିଥିଲେ। ତାଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ଅଞ୍ଚଳର ପୁଲିସ୍‍ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ତେବେ ଗୋଗୋଇଙ୍କ କାମାକ୍ଷା ମନ୍ଦିର ପରିଦର୍ଶନ ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା।

Leave A Reply