କରୋନାରେ ଡେପୁଟି କଲେକ୍ଟରଙ୍କ ମୃତ୍ୟୁ

ସମ୍ବଲପୁର  : କରୋନାର ଦ୍ବିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ସହିତ ମୃତ୍ୟୁ ଘଟଣା ମଧ୍ୟ ବୃଦ୍ଧି ପାଉଛି। ସମ୍ବଲପୁର ଜିଲାରେ ରବିବାର ଜଣେ କରୋନା ଆକ୍ରାନ୍ତ ଡେପୁଟି କଲେକ୍ଟରଙ୍କ ମୃତ୍ୟୁ ହୋଇଛି। ସୋମବାର କୋଭିଡ କଟକଣା ମଧ୍ୟରେ ତାଙ୍କ ଶେଷକୃତ୍ୟ ସ୍ଥାନୀୟ ରାଜଘାଟରେ କରାଯାଇଥିଲା। ବାମରା ବ୍ଲକ ଗଡ଼ପୋଷର ମୂଳବାସିନ୍ଦା ୫୦ ବର୍ଷ ବୟସ୍କ ଡେପୁଟି କଲେକ୍ଟର (ନିଜାରତ) ନରେଶସିଂ ବେରିହା କୁଲୁଥକାନିରେ ଘର କରି ରହୁଥିଲେ। ତାଙ୍କର କିଡନି ସମସ୍ୟା ଥିବାରୁ ବହୁଦିନରୁ ଅସୁସ୍ଥ ଥିଲେ। ଗତ ସପ୍ତାହରେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଭିମସାର କୋଭିଡ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଆଜି ଶେଷକୃତ୍ୟ ସମୟରେ ଜିଲାପାଳ, ବରିଷ୍ଠ ପ୍ରଶାସନିକ ଅଧିକାରୀ, କ୍ଷେତରାଜପୁର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.