ନାମାଙ୍କନ ପାଇଁ ୧୦ ହଜାର ଟଙ୍କାର ଟଙ୍କିକିଆ କଏନ୍‍

0

ଇନ୍ଦୋର: ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ଜଣେ ପ୍ରାର୍ଥୀ ୧୦ ହଜାର ଟଙ୍କାର ଟଙ୍କିକିଆ କଏନ୍‍ ଜମା କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର – ୩ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ୱର୍ଣ୍ଣିମ ଭାରତ ଇନ୍‍କ୍ୱିଲାବ୍‍ ପାର୍ଟି ସଦସ୍ୟ ଦୀପକ ପାୱାର ଏଭଳି ଅଭିନବ ପଦକ୍ଷେପ ନେଇଛନ୍ତି। ଅମାନତ ରାଶି ଗଣିବା ପାଇଁ ରିଟର୍ଣ୍ଣିଂ ଅଧିକାରୀ ଶାଶ୍ୱତ ଶର୍ମା ୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରିଥିଲେ। ସେମାନଙ୍କର ଦେଢ଼ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଗଣତି ଶେଷ ହୋଇଥିଲା। ପେସାରେ ଓକିଲାତି କରୁଥିବା ଦୀପକ ନିର୍ବାଚନରେ ପ୍ରଥମ ଥର ପାଇଁ ଭାଗ ନେଇଛନ୍ତି। ୧୦ ହଜାର ଟଙ୍କାର ଟଙ୍କିକିଆ କଏନ୍‍ ତାଙ୍କର ଶୁଭଚିନ୍ତକଙ୍କ ଦ୍ୱାରା ଦାନ କରାଯାଇଥିବା ଦୀପକ କହିଛନ୍ତି।

Leave A Reply