ଦେଓଝର ଜିନ୍ଦଲ ପିଲେଟ୍ କାରଖାନା ଲୁହାପଥର ଗୁଣ୍ଡ ଗଦାରୁ ମୁହଁ,ହାତ ଓ ଗୋଡ ବନ୍ଧା ମୃତଶରୀର ଉଦ୍ଧାର

ଯୋଡା: ଯୋଡା ଖଣି ମଣ୍ଡଳ ତଥା ଯୋଡା ଥାନା ଅନ୍ତର୍ଗତ ଦେଓଝର ସ୍ଥିତ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ ପରିଚାଳିତ ପିଲେଟ୍ କାରଖାନାର ଲୁହାପଥର ଗୁଣ୍ଡ ଗଦାରୁ ଶୁକ୍ରବାର ମଧ୍ୟାହ୍ନରେ ମୁହଁ,ହାତ ଓ ଗୋଡ ବନ୍ଧା ମୃତଶରୀର ଉଦ୍ଧାର ଘଟଣା ସମଗ୍ର ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି। ଶୁକ୍ରବାର ମଧ୍ୟାହ୍ନରେ କାରଖାନା ପରିସରରେ ଥିବା ୨ ନମ୍ବର ଲୁହାପଥର ଗୁଣ୍ଡ ଷ୍ଟାଗ୍ରୁ ଲୋଡର ମାଧ୍ୟମରେ କାରଖାନା ନିମନ୍ତେ ଲୁହାପଥର ଫାଇନ୍ସ ଉତ୍ତୋଳନ ହେଉଥିବା ସମୟରେ ଏହି ମୃତଶରୀର ଷ୍ଟାଗ୍ ମଧ୍ୟରେ ଅଣ୍ଟାରୁ ମୁଣ୍ଡ ପର୍ୟ୍ୟନ୍ତ ପୋତିହୋଇ ରହିଥିବାର ଦେଖା ଯାଇଥିଲା। କାରଖାନା କର୍ତ୍ତୁପକ୍ଷ ଏ ସମ୍ବନେ୍ଧ ତୁରନ୍ତ ଯୋଡା ଥାନାକୁ ଖବର ଦେବାପରେ ବ୍ୟବସ୍ଥା ମୁତାବକ ଯୋଡା ପୁଲିସ ଅପରାହ୍ନରେ ମାଜିଷ୍ଟ୍ରେଟ୍ ତଥା ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ଉପସ୍ଥିତିରେ ଲୁହାପଥର ଫାଇନ୍ସ ଗଦା ମଧ୍ୟରୁ ହାତ,ଗୋଡ ଓ ମୁହଁ ବନ୍ଧା ମୃତଶରୀରକୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି। । ତେବେ ମୃତକର ହାତ,ଗୋଡ ଓ ମୁହଁ କପଡା ଦ୍ୱାରା ବନ୍ଧା ହୋଇଥିବା କାରଣରୁ ଏହା ଏକ ସୁପରିକଳ୍ପିତ ହତ୍ୟା ଘଟଣା ବୋଲି ପୁଲିସ ସନ୍ଦେହ କରୁଛି। ଏ ସମ୍ପର୍କରେ ଯୋଡା ପୁଲିସ କାରଖାନା ନିମନ୍ତେ କଞ୍ଚାମାଲ ଲୁହାପଥର ଗୁଣ୍ଡ ପରିବହନ ହୋଇଥିବା ଖଣି ଉତ୍ସ ସମ୍ପର୍କରେ ଅନୁସନ୍ଧାନ ଚଳାଇ ଥିବା ସୂଚନାରୁ ପ୍ରକାଶ।

Comments are closed.