ବ୍ୟବସାୟିକ ପ୍ରତିଷ୍ଠାନରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମର ଚଢାଉ

ଦେବଗଡ଼: ତିଳେଇବଣି ବ୍ଳକ ସୁଗୁଡା ସଚିନ ଟ୍ରେଡର୍ସରେ ଜିଏସଟି ବିଭାଗର ପକ୍ଷରୁ ଆଜି ଚଢାଉ ହୋଇଛି। ସୁଗୁଡ଼ା ସ୍ଥିତ ବ୍ୟବସାୟିକ ପ୍ରତିଷ୍ଠାନ ସଚିନ ଟ୍ରେଡରସ ବ୍ୟବସାୟିକ ଅନୁଷ୍ଠାନ ଓ ତାଙ୍କ ବାସ ଭବନରେ ଚଢାଉ କରାଯାଇଛି। ଲକ୍ଷାଧିକ ଟଙ୍କାର ଜିଏସଟି ଫାଙ୍କି ଥିବା ଅଭିଯୋଗରେ ସିଟି ଓ ଜିଏସଟି ବିଭାଗରେ ଅଭିଯୋଗ ହୋଇଥିଲା। ସମ୍ବଲପୁର ସିଟି ଏବଂ ଜିଏସଟି ବିଭାଗର ୧୫ ଜଣିଆ ଟିମ ଚଢାଉରେ ସାମିଲ ରହିଥିଲେ।  ସିଟି ଏବଂ ଜିଏସଟି ଅଫିସର ସୁରଞ୍ଜନ ସାଗରଙ୍କ ନେତୃତ୍ବରେ ସମ୍ବଲପୁର ଏନଫୋର୍ସମେଣ୍ଟ ୟୁନିଟ ପକ୍ଷରୁ ଏହି ଚଢାଉ କରାଯାଇଛି।

Comments are closed.