ଦେବଗଡ଼଼ରେ ତିନି ଠାକୁରଙ୍କ ରଥଟଣା ଆରମ୍ଭ

ଦେବଗଡ଼଼: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା ଭାବେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଦେବଗଡ଼ ରଥଯାତ୍ରାର ପ୍ରଥମ ଦିବସରେ ଗତକାଲି ତିନିଠାକୁରଙ୍କର ପହଣ୍ଡି ବିଜେ କରାଯାଇ ରଥାଋଢ କରାଯାଇଥିଲା। ଦ୍ୱିତୀୟ ଦିବସରେ ଆଜି ମହାପ୍ରଭୂ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କର ରଥଟଣା ଆରମ୍ଭ ହୋଇଛି। ଆଜି ଦେବଗଡ଼(ବାମଣ୍ଡା)ର ରାଜା ନିତେଶ ଗଙ୍ଗଦେବ ଆଳତି କରିବାପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଘଂଟ, ଶଙ୍ଖ ଓ ଅନ୍ୟାନ୍ୟ ବାଦ୍ୟର ତାଳେତାଳେ ରଥ ଟଣାଯାଇ ବଡଦାଣ୍ଡର ମଧ୍ୟ ସ୍ଥଳୀରେ ଥିବା ଛକ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ଆସନ୍ତାକାଲି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥ ଟଣାଯିବ ଓ ସୋମବାର ତିନି ଠାକୁରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବ।

ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରୁ ସହଶ୍ରାଧିକ ଶ୍ରଦ୍ଧାଳୁ ଏଠାକୁ ଆସି ରଥଟଣାରେ ସାମିଲ ହେବାସହ ରଥ ଯାତ୍ରା ଉତ୍ସବର ମଜା ଉଠାଇଥିଲେ। ମୋଟାମୋଟି ବାବେ କହିବାକୁ ଗଲେ ଶ୍ରଦ୍ଧାଳୁଙ୍କ ଭିଡରେ ବଡଦାଣ୍ଡ ଲୋକାରଣ୍ୟରେ ପରିଣତ ହୋଇଥିଲା। ବଡଦାଣ୍ଡର ଦୁଇପାର୍ଶ୍ବ ଓ ଆଖପାଖ ଅଞ୍ଚଳରେ ବସିଥିବା ଦୋକାନ ବଜାର ଓଜଳଠିଆ ଦୋକାନ ଶିଶୁ ଠାରୁ ଆରମ୍ଭ କରି କିଶୋର ଓ ଯୁବକ ଯୁବତୀ ମାନଙ୍କୁ ବେଶ ଆକର୍ଷିତ କରିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଦେବଗଡ଼ ଆଦର୍ଶ ଥାନା ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଥିଲା।

Comments are closed.