ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଦେବଗଡ଼ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରିଆମାଳ ବ୍ଲକ ମହାସିନ୍ଧୁ ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମହାସିନ୍ଧୁ ଗ୍ରାମର ପଦ୍ମଲୋଚନ ପ୍ରଧାନ(୪୫)ଙ୍କ ଘରକୁ ଯାଇଥିବା ବିଦ୍ୟୁତ ତାରଟି କୌଣସି କାରଣରୁ ଛିଣ୍ଡି ଯାଇଥିଲା। ଫଳରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏହାର ମରାମତି ପାଇଁ ପଦ୍ମଲୋଚନ ଏକ ସିଢି ଦ୍ୱାରା ବିଦ୍ୟୁତ ଖୁଂଟରେ ଚଢିଥିଲେ।
ତେବେ ମରାମତି କରୁଥିବା ବେଳେ ଅସାବଧାନତା ଯୋଗୁଁ ଜୀବନ୍ତ ବିଦ୍ୟୁତ ତାର(ଏଲ୍ଟି ଲାଇନ) ସଂସ୍ପର୍ଶରେ ଆସିବାରୁ ତାଙ୍କ ଶରୀରର ବିଭିନ୍ନ ଅଂଶ ଜଳିଯିବା ସହ ସେ ତଳକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି।

Comments are closed.