ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ଜବତ ;୨ ଗିରଫ 

ଦେବଗଡ଼  :ଦେବଗଡ ଜିଲା ଅବକାରୀ ବିଭାଗ ପକ୍ଷରୁ ଆଜି ଦେବଗଡ ଥାନା ଅନ୍ତର୍ଗତ ବଳମ କଣ୍ଢଳ ଗ୍ରାମରେ ଚଢାଉ କରାଯାଇ ପ୍ରାୟ ୨ କିଲୋ ବେଆଇନ ଗଞ୍ଜେଇ ଜବତ କରାଯାଇଛି। ଏଥିସହ ୨ଟି ପୃଥକ ମାମଲା ରୁଜୁ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି।
ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବଳମ ଓ କଣ୍ଢଳ ଗ୍ରାମରେ ବେଆଇନ ଗଞ୍ଜେଇ କାରବାର ହେଉଥିବା ଦେବଗଡ ଅବକାରୀ ଅଧିକ୍ଷକ କୃପାଶଙ୍କର ତିୱାରୀ କୌଣସି ସୂତ୍ରରୁ ସୂଚନା ପାଇ ସେଠାରେ ଚଢାଉ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ଦେବଗଡ ଅବକାରୀ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ନେତୃତ୍ୱରେ ଅବକାରୀ ଏସ୍ଆଇ ଚନ୍ଦ୍ର ମୋହନ ପଢିଆରୀ,ଏଏସ୍ଆଇ ବାଦଲ କୁମାର ବ୍ରହ୍ମା,ପଦ୍ମାଳୟା ମୁଣ୍ଡା ଓ ପ୍ରଶାନ୍ତ କୁମାର ଦେହୁରୀ ପ୍ରମୁଖ ବଳମ ଗ୍ରାମର ନିରାକାର ଦଳେଇ (୫୦) ଓ ଅନତି ଦୂରରେ ଥିବା କଣ୍ଢଳ ଗ୍ରାମର ଜଗନ୍ନାଥ ବେହେରା (୭୮)ଙ୍କ ଘରେ ଅତର୍କୀତ ଚଢାଉ କରିଥିଲେ। ଚଢାଉ ସମୟରେ ନିରାକାର ଘରୁ ୯୮୦ ଗ୍ରାମ ଏବଂ ଜଗନ୍ନାଥଙ୍କ ଘରୁ ୯୦୦ ଗ୍ରାମ ବେଆଇନ ଗଞ୍ଜେଇ ବାହାରିଥିଲା। ଫଳରେ ଏହି ବେଆଇନ ଗଞ୍ଜେଇ ସବୁକୁ ଜବତ କରାଯାଇ ନିରାକାର ଓ ଜଗନ୍ନାଥଙ୍କୁ ଏନ୍.ଡି.ପି.ଏସ୍.ଆକ୍ଟରେ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି।

 

Comments are closed.