୨ ଦେଶୀ ବନ୍ଧୁକ ଜବତ, ଯୁବକ ଗିରଫ

ଦେବଗଡ: ଦେବଗଡ ଥାନା ତଥା ତିଲେଇବଣି ଫାଣ୍ଡି ଅନ୍ତର୍ଗତ କୈଳାଶ ଗ୍ରାମରୁ ଦେବଗଡ ଥାନା ପୁଲିସ ଗତକାଲି ୨ଗୋଟି ଗୁଳିଭର୍ତ୍ତୀ ଦେଶୀ ବନ୍ଧୁକ ଜବତ କରିବା ସହ ଉକ୍ତ ଗ୍ରାମର ଦୁଲାଲ ରଣା ନାମକ ଜଣେ ଯୁବକକୁ ଗିରଫ କରିଛି। ଏନେଇ ଦେବଗଡ ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ଏସ୍‍.ପି. ରାଜକିଶୋର ପାଇକରାୟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି।

ଏସ୍‍.ପି. ଶ୍ରୀ ପାଇକରାୟଙ୍କ ସୂଚନା ଅନୁଯାୟୀ କୈଳାଶ ଗ୍ରାମର ଦୁଲାଲ ରଣା(୪୫) ନାମକ ଜଣେ ଯୁବକ ନିଜଘରେ ବେଆଇନ ଭାବେ ୨ଗୋଟି ଦେଶୀ ବନ୍ଧୁକ ରଖିଥିବା ଦେବଗଡ ଏସ୍‍.ପି. ଶ୍ରୀ ପାଇକରାୟ କୌଣସି ସୂତ୍ରରୁ ସୂଚନା ପାଇବା ସହ ଦୁଲାଲ ଘରେ ଚଢାଉ ପାଇଁ ଏସ୍‍.ଡି.ପି.ଓ. ପ୍ରତ୍ୟୂଷ ମହାପାର୍ତ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିଲେ। ଏହି ସ୍କ୍ୱାର୍ଡ ଗତକାଲି ଦୁଲାଲ ଘରେ ଅତର୍କୀତ ଚଢଉ କରିବା ସହ ଘରେ ଥିବା ୨ଗୋଟି ଗୁଳି ଭର୍ତ୍ତୀ (ବୁଲେଟ ଲୋଡେଡ) ଦେଶୀ ବନ୍ଧୁକ ଜବତ କରିବାସହ ବେଆଇନ ଅସ୍ତ୍ର ରଖିବା ଅଭିଯୋଗରେ ଦୁଲାଲକୁ ଗିରଫ କରି ଥାନାକୁ ଆଣିଥିଲେ।

ବୁଧବାର ତାକୁ କୋଟ୭ ଚାକାଣ କରାଯାଇଥିବା ବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଅଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଡି.ଏସ୍‍.ପି.(ଡିଆଇବି) ପ୍ରଦୀପ କେର୍କେଟା, ଦେବଗଡ ଥାନା ଧରକାରୀ ସୁରେନ୍ଦ୍ର କୁମାର ନାୟକ ଓ ସବ ଇନ୍ସପେକ୍ଟର ପ୍ରତାପ ଚନ୍ଦ୍ର ଦଳେଇ ଉପସ୍ଥିତ ଥିଲେ।

Comments are closed.