ସିଗ୍‍ନାଲ ପୋଲରେ ପିଟିହୋଇ ବାଇକ ଆରୋହୀ ମୃତ

ଦେବଗଡ: ଗୁରୁବାର ସଂଧ୍ୟାରେ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ବୁଲାଣିରେ ରାଂଚି-ବିଜୟୱାଡା ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ସଂଧ୍ୟାରେ ଖିଲେଇ ଗ୍ରାମ ଶାଳବଣିଆ ସାହିର ବସନ୍ତ ଦୀପଙ୍କ ପୁଅ ବିଷ୍ନୁ ଚରଣ ଦୀପ (୩୧) ଏକ ବାଇକ ଯୋଗେ ନିକଟସ୍ଥ ତଲେଇସର ଗ୍ରାମକୁ ଯାଉଥିଲେ। ତେବେ ଲକ୍ଷ୍ମୀପୂର ଛକ ନିକଟସ୍ଥ ରାଂଚି-ବିଜୟୱାଡା ରାଜପଥ ନିକଟସ୍ଥ ବୁଲାଣିରେ ଏକ ଗାଇ ତାଙ୍କ ସାମ୍ନାକୁ ଧାଇଁ ଆସିବାରୁ ବିଷ୍ନୁ ଭାରସାମ୍ୟ ହରାଇ ଏକ ସାିଗନାଲ ଖୁଂଟରେ ବାଇକ ସହ ପିଟିହେବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ଖଇପାଲି ଫାଣ୍ଡି ପୁଲିସ ଘଟନା ସ୍ଥଳରେ ପହଂଚି ବିଷ୍ନୁଙ୍କର ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୁଲିସ ଏକ ମାମଲା ଋଜୁ କରି ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.