ଗିରଫ ପରେ କୋର୍ଟକୁ ଯିବା ବାଟରେ ଅସୁସ୍ଥ ହେଲେ ଦେବଗଡ ବିଧାୟକ.

ଭୁବନେଶ୍ୱର – ବିଡିଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଦେବଗଡର ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ବିଜେପି ଦଳର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଏହି ଆକ୍ରମଣ ଅଭିଯୋଗ ଘଟଣାରେ ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିଲା । ତିଲେଇବଣିର ବିଡିଓଙ୍କୁ ସେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।

ତାଙ୍କୁ ଦେବଗଡରେ ଅଦାଲତରେ ହାଜର କରିବା ପାଇଁ ପୁଲିସ ଆଣୁଥିବା ବେଳେ ସେ ସେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ପୁଲିସ ପକ୍ଷରୁ ତାଙ୍କୁ ଚିକିତ୍ସାପାଇଁ ରିଆମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ସାଲାଇନ୍‌ ଦିଆୟିବା ପରେ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିବା ସୂଚନା ମିଳିଛି ।

Comments are closed.