ସୁସ୍ଥ ହୋଇ ଫେରିଥିବା କରୋନା ଯୋଦ୍ଧାଙ୍କୁ ଜିଲା ପୁଲିସ ପକ୍ଷରୁ ସମ୍ବର୍ଦ୍ଧନା

ଦେବଗଡ଼ : କରୋନା ରୋଗରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଇଥିବା ୮ ଜଣ ପୁଲିସ କର୍ମଚାରୀ (କରୋନା ଯୋଦ୍ଧା)ଙ୍କୁ ଆଜି ଦେବଗଡ ଜିଲା ପୁଲିସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଜି ପୂର୍ବାହ୍ନରେ ଉପରୋକ୍ତ ପୁଲିସ କର୍ମଚାରୀମାନେ ଦେବଗଡ ଜିଲା ପୁଲିସ ମୂଖ୍ୟାଳୟରେ ପହଂଚିବାପରେ ସେଠାରେ ଅପେକ୍ଷାରତ ପୁଲିସ କର୍ମଚାରୀମାନେ ସେମାନଙ୍କ ଉପରେ ଫୁଲ ଛିଞ୍ଚି କରି କାର୍ଯ୍ୟାଳୟ ମଧ୍ୟକୁ ପାଛୋଟି ଆଣିଥିଲେ। ଏହି ଅବସରରେ ଦେବଗଡ ଏସ୍‍.ପି. ମନୋଜ କୁମାର ମହାନ୍ତ ସେମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡେପୁଟୀ କମାଣ୍ଡାଂଟ ବସନ୍ତ କୁମାର ନାୟକ, ଡି.ଏସ୍‍.ପି. ଶିବ ପ୍ରସାଦ ବିଶ୍ୱାଳ, ରବୀନ୍ଦ୍ର ରାଉତ ଓ ସର୍ଜେଣ୍ଟ ଗୋବିନ୍ଦ ମାରାଣ୍ଡିଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ, ଗତ ୬ ତାରିଖ ଦିନ କୋଭିଡ ପରୀକ୍ଷା କରିବା ସମୟରେ ୬ ଜଣ ପୁଲିସ କନେଷ୍ଟବଳ ଓ ୨ ଜଣ ହାବିଲଦାରଙ୍କ ରକ୍ତ ନମୁନା ପଜିଟିଭ ଚିହ୍ନଟ ହୋଇଥିଲା। ସେମାନେ କୋଭିଡ ହସପିଟାଲରେ ଚିକିତ୍ସିତ ହେବାପରେ କିଛିଦିନ କ୍ୱାଇରେଂଟାଇନରେ ରହିବାପରେ ଆଜି କାର୍ଯ୍ୟରେ ଯୋଗଦାନ କରିଥିଲେ। ଦେଶର ସେବାରେ ନିଜ ନିଜକୁ ନିୟୋଜିତ କରିଥିବା ପୁଲିସ କର୍ମଚାରୀ ମାନଙ୍କ ମନରେ ଉତ୍ସାହ ବୃଦ୍ଧି ନିମନ୍ତେ ସେମାନଙ୍କୁ ଏଭଳି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେବଗଡ ଏସ.ପି. ଶ୍ରୀ ମହାନ୍ତ ପ୍ରକାଶ କରିଛନ୍ତି।

Comments are closed.