‘ଆନ୍ତରିକ ସୁରକ୍ଷା ସେବା ପଦକ’ ପାଇଁ ୬ ଜଣ ପୁଲିସ କର୍ମଚାରୀ ମନୋନୀତ

ଦେବଗଡ଼ : ବିଗତ ୨ ବର୍ଷ ହେଲା ନକ୍ସଲ ପ୍ରଭାବିତ ଅଂଚଳରେ ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିବା ପୁଲିସ ଅଧିକାରୀ/କର୍ମଚାରୀମାନଙ୍କୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ବିଗତ ୨ ବର୍ଷ ହେଲା ‘ଆନ୍ତରିକ ସୁରକ୍ଷା ସେବା ପଦକ ’ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଦେବଗଡ ଜିଲାରେ କାର୍ଯ୍ୟରତ ହାବିଲଦାର ସଞ୍ଜୀବ ବେହେରା, କନେଷ୍ଟବଳ ଲୋକନାଥ ପ୍ରଧାନ, କନେଷ୍ଟବଳ ଅନିଲ କୁମାର ବିଶ୍ୱାଳ, ଅମିତ ଏକ୍କା, କନେଷ୍ଟବଳ ସୋମନାଥ କିସାନ ଓ ଭଗବତିଆ ବାଘ ପ୍ରମୁଖ ୬ ଜଣ ପୁଲିସ କର୍ମଚାରୀ ‘ଆନ୍ତରିକ ସୁରକ୍ଷା ସେବା ପଦକ ’ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ସଫଳତା ନିମନ୍ତେ ସେମାନଙ୍କୁ ଜିଲା ପୁଲିସ ସମେତ ଜିଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Comments are closed.