ହାତୀ ଦାନ୍ତ ଚୋରା ଚାଲାଣ: ୨ଜଣଙ୍କୁ କୋର୍ଟ ଚାଲାଣରେ ସୀମିତ ଏସଟିଏଫ

ଦେଓଗାଁ/ଗୁଡ଼ଭେଳା: ଦେଓଗାଁ ବନାଞ୍ଚଳ ଅନ୍ତର୍ଗତ ଗୁଡ଼ଭେଳା ଫରେଷ୍ଟ ସେକ୍ସନରେ ହାତୀ ଦାନ୍ତ ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ଟିମ ଧରି ଦୁଇ ଜଣଙ୍କୁ ଗିରଫ କରିବା ପରେ ଗୁଡ଼ଭେଳା ଅଞ୍ଚଳରେ ହେଉଥିବା ବନ୍ୟ ଜନ୍ତୁ ଶିକାରର ଭିତିରି ରହସ୍ୟ ପଦାକୁ ଆସିବାରେ ଲାଗିଛି। ଗତ ୭ ତାରିଖରେ ଚଢ଼ାଉ କରି ୯ କେଜିଆ ହାତୀ ଦାନ୍ତ କୁ ଜବତ କରିଥିଲା ଏସଟିଏଫ। ଏନେଇ ଏସଟିଏଫ ଏକ ମାମଲା ରୁଜୁ କରି ଗିରଫ ଦୁଇ ଜଣ ବ୍ୟକ୍ତି ବିମଲ ବାଗ ଓ ମଧୁ ଭୋଇଙ୍କୁ କୋର୍ଟ ଚାଲାଣ କରି କାମ ସାରି ଦେଇଛି। କିନ୍ତୁ ଏହି ହାତୀ ଦାନ୍ତ ଶିକାରରେ ଜାମୁଟ ଓ ଘୁନା ଅଞ୍ଚଳର ୧୨ ଜଣ ଲୋକ ସାମିଲ ଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛଥିଲେ ମଧ୍ୟ କେହି ଧରା ପଡୁନଥିବାରୁ ବନ ବିଭାଗର ପାରିବା ପଣିଆକୁ ନେଇ ପ୍ରଶ୍ନ ବାଚି ସୃଷ୍ଟି କରିଛି।

ଏପରିକି ଏହି ଲୋକମାନେ ଚଢ଼ାଉ ହେବା ଦିନଠୁ ଗାଁରୁ ଉଭାନ ହୋଇଥିବାରୁ ପରଦା ପଛରେ ମୁଖ୍ୟ ଆସାମୀ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଯେଉଁ ଲୋକ ବାହାର ରାଜ୍ୟର ଲୋକଙ୍କ ସହ ସମ୍ପର୍କ ରଖି ଅଞ୍ଚଳରେ ପ୍ରତି ବର୍ଷ ହାତୀ ଶିକାର କରି ଦାନ୍ତ ବିକୁଛି ସେ ଜନ୍ତୁ ମାଫିଆ ଆରାମରେ ଯିବା ଆସିବା କରୁଥିବାରୁ ସ୍ଥାନୀୟ ଫରେଷ୍ଟରଙ୍କ ସହ କିଭଳି ନିବିଡ ରହିଛି ତାହା ବାରି ହେଉଛି। ଗୁଡ଼ଭେଳା ବ୍ଳକ ଭିତରେ ଥିବା ସିକେରପାଟ ଜଙ୍ଗଲକୁ ଲାଗି କି ଇନ୍ଦିରାବତୀ ଡେମ ନିର୍ମାଣ ହେବା ଯୋଗୁଁ ନଇଁ ଆରପାରିକୁ ହାତୀ ନ ଯାଇପାରି ସିକେରପାଟ ଜଙ୍ଗଲରେ ଘୁରି ବୁଲି କଳାହାଣ୍ଡି ଜିଲ୍ଲାର ସୁନାମୁହି ଜଙ୍ଗଲରୁ ମଦନପୁର ଦେଇ କାଠିବାହାଲି, ବେନାଗୁରା ରାସ୍ତାରେ ପ୍ରତ୍ୟେକ ବର୍ଷ ହାତୀ ଆସିଥାନ୍ତି। ଏପରିକି ସିକେରପାଟ ସଂରକ୍ଷିତ ଜଙ୍ଗଲରୁ ପାହାଡ଼ ତଳକୁ ଉତିରିବା ପାଇଁ ଚାରିଟି ରାସ୍ତା ରହିଛି। ନିର୍ମୁସିଂହା, କମାସିଂହା, ବିଗବାହାଳ ଓ ସାନଡଙ୍ଗରଗାଁ ଗାଁ। ଏହି ଗାଁ ଦେଇ ହାତୀ ଯିବା ଆସିବା କରୁଥିବାରୁ ଫରେଷ୍ଟରଙ୍କୁ ମାସିକିଆ ବଟି ଦେଇ ଅନାୟସରେ ଶିକାରୀମାନେ ଶିକାର କରି ଆସୁଛନ୍ତି।

ହାତୀ ଶିକାର କରିବାକୁ ଶିକାରୀମାନେ ବିଦ୍ୟୁତ ତାରକୁ ବଡ ଅସ୍ତ୍ର ଭାବେ ନେଇଛନ୍ତି। ଜଙ୍ଗଲ ଦେଇ ଯାଇଥିବା ରାସ୍ତାର ବିଜୁଳି ଖୁଣ୍ଟରୁ ଜେଇ ତାର ସଂଯୋଗ କରି ଦୁଇ କିମିରୁ ତିନି କିମି ଜଙ୍ଗଳ ଭିତରୁକୁ ତାର ଟାଣି ହାତୀ ଶିକାର କରାଯାଉଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଏହି ଶିକାରୀ ଦଳରେ କିଛି ବିଦ୍ବୁତ ବିଭାଗର କର୍ମଚାରୀ ସାମିଲ ଥିବା ରୁ ହାତୀ ମାରିବା ସହଜ ହେଉଛି। ଏଣୁ ଏଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତଦନ୍ତ କରିବାକୁ ଦାବୀ ହେଉଛି।

ଅଏଁଲି ଘାଠି ପାଲଟିଛି ହାତିର ଶିକାର ରାସ୍ତା
ସିକେରପାଟ ସଂରକ୍ଷିତ ଜଙ୍ଗଲ ରେ ଘୁରି ବୁଲୁଥିବା ହାତୀ ପଲ ଖାଦ୍ୟ ଅନ୍ୱେଷଣ ରେ ପାହାଡ଼ ତଳକୁ ଆସିବା ପାଇଁ ଅଏଁଲା ଘାଟିଦେଇ ଆସିଥାନ୍ତି । ହେଲେ ଅସାଧୁ ବନ କର୍ମଚାରୀ ଓ ଜଙ୍ଗଲୀ ଶିକାରୀ ହାତୀ ଦାନ୍ତ ପାଇଁ ତସ୍କରମାନଙ୍କ ସହ ମିଶି ଗତ ଦୁଇ ତିନି ବର୍ଷ ଭିତରେ ୩ଟି ହାତୀ ଶିକାର କରି ଅଏଁଲାଘାଟିରେ ମାରି ପୋଡି ଦେବା ପରେ ଦାନ୍ତକୁ ନେଇ ବିକ୍ରି କରୁଛନ୍ତି ରାଜ୍ୟ ବାହାରେ। ଏପରି କି ଘୁନା, ଜାମୁଟ,ଗମ୍ଭାରିଗୁଡା ପଞ୍ଚାୟତରବିଭିନ୍ନ ଗାଁର ଲୋକମାନଙ୍କ ଔଷଧ ନାଁରେ ହାତିର ବିଭିନ୍ନ ଅଂଶକୁ ଆଣି ଘରେ ରଖିଥିବା ଚର୍ଚ୍ଚା ହେଉଛି। ଏଣୁ ଏହା ଉପରେ ଖୋଳତାଡ଼ କଲେ କେତେ ହାତୀ ଦାନ୍ତ ପୂର୍ବରୁ ବିକ୍ରି ହୋଇଛି ତାହା ପଦା କୁ ଆସିବ ଆଲୋଚନା ହେଉଛି।

ତିନି ମାସ ତଳୁ ହାତୀ ଦାନ୍ତ ଚାଲାଣ ପାଇଁ ଚାଲିଥିଲା ଯୋଜନା
ଗୁଡ଼ଭେଳା ବ୍ଲକର ନିମୁରସିଂହା ଗାଁରେ ହାତୀ ଦାନ୍ତକୁ ନେଇ ଚଢ଼ାଉ ହେବା ପରେ ଅଞ୍ଚଳର ଲୋକେ ନୁଆ ତଥ୍ୟ ଦେଉଛନ୍ତି। ନିମୁରସିଂହା ଗାଁରେ ହାତୀ ଦାନ୍ତ ଥିବା ନେଇ ଗତ ତିନି ମାସ ହେଲା ଆଲୋଚନା ହେଉଛି। ଗୁଡ଼ଭେଳା ଫରେଷ୍ଟର ଗାଁରୁ ତଦନ୍ତ କରି ବି ଫେରିଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ରହିଥିବା ଗାଁ ଲୋକେ ସୂଚନା ଦେଇଛନ୍ତି। ଭୁବନେଶ୍ୱର, ରାୟପୁର, ବିଜୟନଗରମ, ଭିଲାଇ ଅଞ୍ଚଳରୁ ହାତୀଦାନ୍ତ ବେପାରୀମାନେ ଆସି ମୂଲଚାଲ କରି ଫେରିଥିଲେ। ଠିକ୍ ମୁଲ୍ୟରେ ରେଟ ପଟିନଥିବାରୁ ବିକ୍ରି ହୋଇନଥିଲା ହାତୀ ଦାନ୍ତ। ହେଲେ ମଙ୍ଗଳବାର ଦିନ କୌଣସି ଏକ ବେପାରୀ ଦଳ ଆସିଥିଲେ ଗାଁକୁ ଏବଂ ହାତୀ ଦାନ୍ତ ରଖାଯାଇଥିବା ଦେଖି ସ୍ଥାନୀୟ ଚାରିଜଣ ଯୁବକଙ୍କ ସହ ହାତୀ ଦାନ୍ତ ଦେଖି ଜଣେ ବେପାରୀ ଭିଡିଓ ସୁଟିଙ୍ଗ କରିଥିଲେ। ଏବେ ଏହି ତିନି ଜଣ ଯୁବକ ଗାଁ ଛାଡି ପଲାଇଥିବା ବେଲେ ବିପୁଳ ବାଗ କଣ୍ଟାବାଞ୍ଜି ଅଞ୍ଚଳକୁ ହାତୀ ଦାନ୍ତ ନେବାର ଯୋଜନା କରିଥିଲା ବୋଲି ଭିତିରିଆ ଖବର ମିଳିଛି।

ଗିରଫ ଭୟରେ ନିମୁର୍ସିଂହା ଗାଁ ଲୋକ
ହାତୀ ଦାନ୍ତକୁ ନେଇ ମଙ୍ଗଳବାର ଦିନ ବିପୁଳ ଗିରଫ ହେବା ପରେ ବୁଧବାର ଏସଟିଏଫ ତନାଘନା କରିଛି। ମଧୁ ଭୋଇଙ୍କୁ ନିଜ ଘରୁ ଟେକି ନେଇ କୋର୍ଟ ଚାଲାଣ କରିଛି। ନିର୍ମୁସିଂହା ସ୍କୁଲପଡାକୁ ଯାଇ ଘର ଘର ବୁଲି ଛାନଭିନ କରିଥିଲା ବନ ବିଭାଗ। ହେଲେ ଧିରେ ଧିରେ ଏହି ଘଟଣାରେ ସଂପୃକ୍ତ ଥିବା ଲୋକମାନଙ୍କ ନାଁ ପଦାକୁ ଆସୁଥିବାରୁ ଗିରଫ ଭୟରେ ବିପୁଳ ଓ ମଧୁ ଧରାପଡିବା ପରେ ଗାଁର ପ୍ରାୟ ୧୨ଜଣ ଆତ୍ମ ଗୋପନ କରିଥିବା ସୂଚନା ମିଳୁଛି। କିନ୍ତୁ ଯେଉଁମାନେ ଏହି ହାତୀ ଦାନ୍ତର ମୁଖ୍ୟ ବେପାରୀ ସେମାନଙ୍କ ଉପରେ ନଜର ଥିଲେ ବି ଦିଶୁ ନ ଥିବାରୁ ବେପାରୀ ଗଲେ କୁଆଡେ ବୋଲି ଗାଁରେ ଚର୍ଚ୍ଚା ହେଉଛି।

Comments are closed.