ଜଙ୍ଗଲ ବିଭାଗର ଚଢ଼ାଉ, ୨୩ ଖଣ୍ଡ ଶାଳ ଗଣ୍ଡି ଜବତ

ଦେଓଗାଁ: ଦେଓଗାଁ ବନାଞ୍ଚଳ ଅନ୍ତର୍ଗତ ଉଡାର-ଉପରଝର ରାସ୍ତାର ମାଲିପାଲି ଛକ ନିକଟରେ ଜଙ୍ଗଲ ବିଭାଗ ଚଢ଼ାଉ କରି ୨୩ ଖଣ୍ଡ ରେଙ୍ଗାଳ ଗଣ୍ଡି ଜବତ କରିଥିବା ଜଣାପଡ଼ିଛି। ମାଲି ପାଲି ଛକ ଠାରେ ରେଙ୍ଗାଳ ଗଣ୍ଡି ଚୋରାଚାଲାଣ ହେଉଥିବାର ଖବର ପାଇଁ ବଲାଙ୍ଗୀର ଓ ଦେଓଗାଁ ଫରେଷ୍ଟ ସ୍କୁଆଡ଼ ଚଢ଼ାଉ କରିଥିଲା। କିନ୍ତୁ ଜଙ୍ଗଲ ବିଭାଗର କର୍ମଚାରୀମାନଙ୍କୁ ଦେଖି କାଠ ଚୋରା ଚାଲାଣ କରୁଥିବା ଲୋକମାନେ ଫେରାର ହୋଇଯାଇଥିଲେ। ଜବତ ହୋଇଥିବା କାଠକୁ ଦେଓଗାଁ ରେଞ୍ଜ ଅଫିସକୁ ଆଣି ତାର ମୂଲ୍ୟ ଆକଳନ କରାଯାଉଛି ବୋଲି ଦେଓଗାଁ ଫରେଷ୍ଟର କହିଛନ୍ତି।

Comments are closed.