ଶିକ୍ଷକଙ୍କୁ ମାନିସିକ ନିର୍ୟ୍ୟାତନା ଦେବା ଘଟଣା, ଶିକ୍ଷା ବିଭାଗର ତଦନ୍ତ

ଦେଓଗାଁ: ଦେଓଗାଁ ସଦର ପଞ୍ଚାୟତର କଛାରପାଲି ସ୍କୁଲରେ ଶିକ୍ଷକ ଓ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତାନ୍ତର କୁନେଇ ମଙ୍ଗଳବାର ବ୍ଲକ ଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି। ବିଦ୍ୟାଳୟରେ କିଭଳି ଶିକ୍ଷକ ଓ ଗାଁ ଲୋକଙ୍କ ମଧ୍ୟରେ ସମନ୍ୱୟ ରହିବ ସେନେଇ ଆଲୋଚନା କରାଯାଇଛି। ଏହି ବିଦ୍ୟାଳୟରେ କାର୍ୟ୍ୟ କରୁଥିବା ୬ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗାଁ ଲୋକେ ମାନସିକ ନିର୍ୟ୍ୟାତନା ଦେଉଛନ୍ତି ଓ ଆମକୁ ସାମୁହିକ ବଦଳି କରାଯାଉ ବୋଲି ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରାଯାଇଛି। ଏହାପରେ ଗାଁ ଲୋକ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ବିଦ୍ୟାଳୟରେ ଶିକ୍ଷକମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଓ ଆର୍ଥିକ ଅନିୟମିତତାରେ ଲିପ୍ତ ରହିଛନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବାକୁ ବଲାଙ୍ଗୀର ଜିଲାପାଳ, ବିଧାୟକ ଓ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ଫଳରେ ଏହି ଅଭିଯୋଗ କୁ ଭିତ୍ତି କରି ଏବିଇଓ ଲୋଚନ ଛତ୍ରୀଆ, ବିଆରସି ଅଜିତ ସାହୁ ତଦନ୍ତ ଅଧିକାରୀ ଭାବ ଆସି ଗାଁ ଲୋକ ଓ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଗାଁ ଲୋକେ ଶିକ୍ଷକ ମୋହନ ଦଲାଇ ଓ ଅଜିତ ବାରିକଙ୍କୁ ବଦଳି କରି ତାଙ୍କ ବଦଳରେ ଦୁଇ ଜଣ ଶିକ୍ଷକ ଦେବାକୁ ଦାବିକରିଥିଲେ। ତଦନ୍ତ ପାଇଁ ଆସିଥିବା ଅଧିକାରୀ ମାନେ ଏକ ୬ ଦଫାର ରାଜିନାମା ଲେଖି କାର୍ୟ୍ୟାନୁଷ୍ଠାନ ପାଇଁ ବିଇଓଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Comments are closed.