ଗୋଟିଏ ଦିନ ପରେ ଭୋଟ ଗଣତି ; ଦେଓଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଦେଓଗାଁ :  ପାଞ୍ଚାୟତ ନିର୍ବାଚନ ସରିବା ପରେ କିଏ ଗାଦୀ ଜିତିବ ତାକୁ ନେଇ ଅଙ୍କକଶା ହେଉଥିବାବେଳେ ଦେଓଗାଁ ବ୍ଳକର ବିଭିନ୍ନ ଗାଁରେ ନିର୍ବାଚନି ହିଂସା ଆରମ୍ଭ ହେଉଥିବାର ଖବର ଆସୁଛି। ଗୁରୁବାର ସନ୍ଧ୍ୟାରେ ଦେଓଗାଁ ଥାନା ଅନ୍ତର୍ଗତ ବଡବନ୍ଧ ପାଞ୍ଚାୟତର କୁରୁଆଝର ଗାଁ ଓ ସିକୁଆଁ ପଞ୍ଚାୟତର ବାଞ୍ଜିବାହାଳି ଗାଁ ରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ନେଇ ଦେଓଗାଁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।ଅଭିଯୋଗ କୁ ଭିତ୍ତି କରି ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସରପଞ୍ଚ ,ସମିତି ସଭ୍ୟ ପଦରେ ଆଶାୟୀ ଥିବା ପ୍ରାର୍ଥୀ ଙ୍କ ସମର୍ଥକ ମାନେ ଗଣ୍ଡଗୋଳ କରୁଥିବା ଅଭିଯୋଗ ହେଉଛି। ଭୋଟ ଗଣତିକୁ ଆଉ ଗୋଟିଏ ଦିନଥିବାବେଳେ ଗାଁ ରେ ଗଣ୍ଡଗୋଳ ସୃଷ୍ଟି ହେବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏଣୁ ଜିଲ୍ଲା ପୁଲିସ ପ୍ରଶାସନ ଦେଓଗାଁ ଥାନା ଅଞ୍ଚଳରେ ଭୋଟ ଗଣତି ଦିନ କଡ଼ା କଡୀ ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବିହେଉଛି।

Comments are closed.