ଜିଲ୍ଲା ଶିକ୍ଷାଧିକାରୀଙ୍କ କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ହାଇସ୍କୁଲ, ଗୁରୁଡିଝାଟିଆ ପରିଦର୍ଶନ

ଗୁରୁଡିଝାଟିଆ : ଜିଲ୍ଲା ଶିକ୍ଷାଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ବୁଧବାର ଅପରାହ୍ନରେ କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ହାଇସ୍କୁଲ ଗୁରୁଡିଝାଟିଆ ପରିଦର୍ଶନ କରିଛନ୍ତି।ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାୟକ ବିଦ୍ୟାଳୟର ବିଭିନ୍ନ ସମାସ୍ୟା ସଂପର୍କରେ ସିଆରସିସି ସମରେନ୍ଦ୍ର ବିଶ୍ୱାଳଙ୍କ ଠାରୁ ପଚାରି ବୁଝିଥିଲେ। ବିଦ୍ୟାଳୟର କମ୍ପୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରିର ଅନୁଧ୍ୟାନ କରିବା ସହିତ ଯେଉଁମାନେ କମ୍ପୁଟର ଦାୟିତ୍ୱରେ ଥିଲେ ଏବଂ କେଉଁଭଳି ଅବସ୍ଥାରେ ଚୋରି ହୋଇଥିଲା ସେ ସଂପର୍କରେ ସବିଶେଷ ପଚାରି ବୁଝିଥିଲେ। କିଛି କର୍ମଚାରୀଙ୍କ ଆଚରଣ ଓ କାର୍ଯ୍ୟଶୈଳୀ ସୁଧାରିବା ନିମନ୍ତେ ପରାମର୍ଶ ଦେଇଥିଲେ । ତୁରନ୍ତ ବିଦ୍ୟାଳୟ ନାମ ସମ୍ମୁଖ ଫାଟକରେ ଲେଖିବା ନିମନ୍ତେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ଲେଙ୍କାଙ୍କୁ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ।

Comments are closed.