ଡେନମାର୍କ ଓପନ : ସାଇନା ରନର୍ସଅପ୍‍

0

ଓଡେନ୍‍ସି(ଡେନମାର୍କ) : ଭାରତର ସାଇନା ନେହୱାଲ ଏଠାରେ ଚାଲିଥିବା ଡେନମାର୍କ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସ ଇଭେଣ୍ଟରେ ରନର୍ସଅପ୍‍ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବିଶ୍ୱର ୧ ନମ୍ବର ଖେଳାଳି ତଥା ଟୁର୍ଣ୍ଣାମେଣ୍ଟର ଟପ୍‍ ସିଡ୍‍ ଚାଇନିଜ୍‍ ତାଇପେର ତାଇ ଜୁ ୟିଙ୍ଗ୍‍ ୨୧-୧୩, ୧୩-୨୧, ୨୧-୬ ଗେମରେ ସାଇନାଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୫୨ ମିନିଟ ମଧ୍ୟରେ ଶେଷ ହୋଇଥିଲା। ଉଭୟ ଖେଳାଳି ଗୋଟିଏ ଲେଖାଏଁ ଗେମ ଜିତିବାପରେ ତୃତୀୟ ଗେମ ଗୁରୁତ୍ୱପୂର୍ଣ୍ଣ ହୋଇପଡିଥିଲା। ତେବେ କ୍ଲାନ୍ତ ହୋଇପଡିଥିବା ସାଇନା ଏହି ଗେମରେ ତାଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିନଥିଲେ। ଫଳରେ ୟିଙ୍ଗ୍‍ ଏହି ଗେମ ପ୍ରାରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ପଏଣ୍ଟ ପରେ ପଏଣ୍ଟ ହାତେଇ ନେଇଥିଲେ। ସାଇନା ଏହି ଗେମରେ ମାତ୍ର ୬ ପଏଣ୍ଟ ସଂଗ୍ରହ କରିବାରେ ସମର୍ଥ ହୋଇଥିବାବେଳେ ୟିଙ୍ଗ୍‍ ୨୧-୬ରେ ଜିତି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ଏହାକୁ ମିଶାଇ ଉଭୟ ଖେଳାଳି ପରସ୍ପରକୁ ୧୮ ଥର ଭେଟିଥିବାବେଳେ ୟିଙ୍ଗ୍‍ ୧୩ ଓ ସାଇନା ୫ ଥର ବିଜୟୀ ହୋଇଛନ୍ତି।

 

Leave A Reply