ସପିଂ ମଲରେ ବଡ଼ ଧରଣର ଗୁଳିକାଣ୍ଡ; ୩ମୃତ, ୩ଗୁରୁତର

ଡେନମାର୍କ: କୋପେନହାଗନର ଏକ ସପିଂ ମଲରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ଜଣେ ଦୁର୍ବୃତ୍ତ ସପିଂ ମଲକୁ ପଶିଆସିବା ସହ ଆଖିବୁଜା ଗୁଳି ଚାଳନା କରିଥିବା ଜଣାପଡ଼ିଛି । ଦୁର୍ବୃତ୍ତଙ୍କ ଗୁଳିରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ ମଲରେ କେହି କିଛି ଜାଣିବା ପୂର୍ବରୁ ଜଣେ ୨୨ ବର୍ଷିୟ ଯୁବକ ଆଖିବୁଜା ଗୁଳି ଚାଳନା କରିଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୩ ତିନି ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ବୃତ୍ତ ଜଣଙ୍କ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି । କେଉଁ କାରଣରୁ ଏହି ଗୁଳିକାଣ୍ଡ ହୋଇଛି ତାହା ଜଣାପଡ଼ିନାହିଁ ।

Comments are closed.