ନକଲି ବିଦେଶୀ ମଦ କାରଖାନାରେ ଚଢଉ

0

ଢେଙ୍କାନାଳ: ଭୂବନ ଗୁଜୁଡି ହାଟ ନିକଟରେ ଏକ ବିଦେଶୀ କାରଖାନା ଉପରେ ଚଢଉ ହୋଇଛି । ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବରେ ଚଢଉ କରି ଏହି କାରଖାନାକୁ ସିଲ କରିଛନ୍ତି । ଏହି କାରଖାନାର ମାଲିକ ରଞ୍ଜନ କୁମାର ଗୁରୁଙ୍କୁ ଗିରଫ କରାଯାଇଛି । ମ୍ୟାଗଡୋଲ ୩ଏକ୍ସ ରମ୍ ୨୫୫ ବୋତଲ, ସ୍ପିରିଟ ୧୫୦ ଲିଟର, କାରାମିଲ ରଙ୍ଗ ୨୦ ଲିଟର, ନକଲି ଲେବୁଲ ୩୩୭୬ ଟି, ୧୧୦ ଟି କମ୍ପାନୀ ଲେବୁଲ ଏବଂ ବୋତଲ ସିଲ୍ କରିବାକର ମେସିନ ଏହିପରି ୨ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଅବକାରୀ ସୁପରିଟେ​ଣ୍ଟ ମନୋଜ ସେଠୀଙ୍କ ନିର୍ଦେଶରେ ଏହି ଚଢଉ କରାଯାଇଥିଲା।

Leave A Reply